କଂଗ୍ରେସ ବିଧାୟକ ଦଳ ବୈଠକରେ ମାନସ ମନ୍ଥନ

Advertisment
କଂଗ୍ରେସ ବିଧାୟକ ଦଳ ବୈଠକରେ ମାନସ ମନ୍ଥନ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର୍‌ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଛି କଂଗ୍ରେସ। ଆଜି ବିଧାୟକ ଦଳ ବୈଠକ ବସି ନିର୍ବାଚନ ପାଇଁ ରଣନୀତି ବିଷୟରେ ଆଲୋଚନା ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆୟୋଜିତ ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

ବିରୋଧୀ ଦଳ ନେତା ଗଣମାଧ୍ୟମକୁ କହିଥିଲେ, ସାଧାରଣ ନିର୍ବାଚନ ଯେ କୌଣସି ସମୟରେ ହୋଇପାରେ। ସେଥି ପାଇଁ ବିଧାୟକ ଦଳ ବୈଠକ ବସିଥିଲା। ନିର୍ବାଚନରେ ଆମର ରଣନୀତି କ’ଣ ରହିବ, ଦୁଇଟି ଯାକ ଦଳ ବିଜେଡି ଓ ବିଜେପିକୁ କିପରି ପରାସ୍ତ କରାଯାଇପାରିବ, ସେମାନଙ୍କ ଲୋକବିରୋଧୀ କାର୍ଯ୍ୟକୁ କିପରି ପଦାରେ ପକାଯିବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଉଭୟ ଦଳ କିପରି ଦୁର୍ନୀତିରେ ଲିପ୍ତ ରହିଛନ୍ତି, ସେ ନେଇ ମଧ୍ୟ ଲୋକଙ୍କୁ ସଚେତନ କରାଯିବ। ସଂଗଠନକୁ କିପରି ମଜବୁତ୍‌ କରାଯିବ, ସେଥିପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ କଂଗ୍ରେସ ଅସ୍ତ୍ର କରିବ। ରାଜ୍ୟ ସରକାରଙ୍କୁ ହଟାଇବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଅଗଷ୍ଟ ୧୫ରୁ କଂଗ୍ରେସ ଅଭିଯାନ ଜୋର୍‌ଦାର୍‌ କରିବ। ଅଗଷ୍ଟ ମାସରେ ଅଧିକାଂଶ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ପ୍ରସ୍ତୁତି ଚାଲିଛି। ଖୁବ୍‌ ଶୀଘ୍ର ରାହୁଲ ଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe