୮ରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଜୟପୁର-ବରଗଡ଼ ସମାବେଶରେ ଦେବେ ଉଦ୍‌ବୋଧନ

ପାଟନା ରୢାଲିରେ ରାହୁଲଙ୍କ ଘୋଷଣା, କ୍ଷମତାକୁ ଆସିଲେ ସବୁ କୃଷକଙ୍କୁ ଋଣଛାଡ଼

ଭୁବନେଶ୍ୱର: ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେବାକୁ ଯାଉଛି, ରାଜନୈତିକ ଦଳର ନେତାମାନେ ଭୋଟ ଠୁଳାଇବା ପାଇଁ ସେତିକି ବ୍ୟସ୍ତ ହୋଇପଡ଼ିଛନ୍ତି। ଏହି କ୍ରମରେ ଓଡ଼ିଶାକୁ ଜାତୀୟ ରାଜନୈତିକ ଦଳର ନେତାମାନେ ଅଧିକ ଦୃଷ୍ଟି ଦେଉଥିବା ଅନୁମାନ କରାଯାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାର୍ଚ୍ଚ ୮ରେ ଓଡ଼ିଶା ଆସୁଛନ୍ତି। ସେ କୋରାପୁଟ ଜିଲ୍ଲାର ଜୟପୁର ଏବଂ ବରଗଡ଼ରେ ଦଳୀୟ ସମାବେଶକୁ ଉଦ୍‌ବୋଧନ ଦେବେ। ରାହୁଲଙ୍କ ଦିନିକିଆ ଓଡ଼ିଶା ଗସ୍ତ ବାବଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପିସିସି ସଭାପତିଙ୍କ ସୂଚନା ଅନୁସାରେ ୮ ତାରିଖରେ ରାହୁଲ ଗାନ୍ଧୀଙ୍କ ସହିତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଅସ୍ଥାୟୀ ଓଡ଼ିଶା କଂଗ୍ରେସ ପ୍ରଭାରୀ ଟିଏସ୍‌ ସିଂହଦେଓ ମଧ୍ୟ ଆସୁଛନ୍ତି। ଚାଷୀ, ଯୁବକ, ମହିଳା ଓ ଦଳିତ ବର୍ଗଙ୍କୁ ଆକର୍ଷିତ କରିବା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ସମାବେଶରେ ଉଦ୍‌ବୋଦନ ଦେବେ। ପଡୋଶୀ ଛତିଶଗଡ଼ରେ କଂଗ୍ରେସ କ’ଣ ପରିବର୍ତ୍ତନ ଆଣିଛି, ଭୂପେଶ ଓ ସିଂହଦେଓ ତାହା ଲୋକଙ୍କୁ କହିବେ। ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ଗତ ଜାନୁଆରୀ ୨୫ରେ ଓଡ଼ିଶା ଗସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe