Deccan Herald
ହାଇଦ୍ରାବାଦ୍: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ସମନ ପଠାଇବା ପରେ ସାରା ଦେଶରେ କଂଗ୍ରେସ୍ କର୍ମୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଗୁରୁବାର ଦିନ ତେଲେଙ୍ଗାନାରୁ ନେଇ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଆଦି ରାଜ୍ୟରେ କଂଗ୍ରେସ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
ଏବେ ଆମେ ଆପଣଙ୍କୁ ଏ ନେଇ ଏକ ଚକିତ କରିବା ପରି କଥା କହିବୁ। ହାଇଦ୍ରାବାଦ୍ରେ ଇଡିକୁ ବିରୋଧ କରି କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ଜଣେ ପୁଲିସ୍ କର୍ମୀଙ୍କ କଲର୍ ଧରିଥିବାର ଏକ ଭିଜୁଆଲ୍ରେ ଦେଖିବାକୁ ମିଳିଛି। ଏହି ସମୟର ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ବ୍ୟବହାରକାରୀ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ପଠାଇବା ପରେ କେରଳ, କର୍ଣ୍ଣାଟକ, ଚେନ୍ନାଇ, ବିହାର ଓ ଚଣ୍ଡିଗଡ଼ ଆଦି ସ୍ଥାନରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ନଜର ଆସିଛନ୍ତି। ସେ ମଧ୍ୟରୁ ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେବାରେ ଲାଗିଛି ରେଣୁକା ଚୌଧୁରୀଙ୍କର ପୁଲିସ୍ର କଲର ଧରା ଭିଡିଓ।
ରେଣୁକା ଜଣେ ପୁଲିସ୍ କର୍ମୀଙ୍କ କଲର ଧରି ତାଙ୍କ ସହ ଯୁକ୍ତିତର୍କ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ମହିଳା ପୁଲିସ୍ କର୍ମଚାରୀମାନେ ପରିସ୍ଥିତିିକୁ ନିୟନ୍ତ୍ରଣ କରିବାକୁ ରେଣୁକାଙ୍କୁ ସେଠାରୁ ଧରି ଦୂରକୁ ନେଇ ଯାଉଥିବାର ଭିଡିଓରେ ଦେଖିବାକୁ ମିଳିଛି।
Follow Us