ସୋସିଆଲ୍‌ ମିଡିଆ ଯୋଗେ ବିଜେଡି ଓ ବିଜେପି ବିରୁଦ୍ଧରେ ଲଢ଼ିବ କଂଗ୍ରେସ

ଛାତ୍ର କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସୋସିଆଲ୍‌ ମିଡିଆ ଜରିଆରେ ‘ସଚ୍‌ ଭାରତ’ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା କଂଗ୍ରେସରେ ଏଭଳି ଅଭିଯାନ ମଧ୍ୟ କାର୍ଯ୍ୟାରମ୍ଭ କରିଛି। ଏହି ଅଭିଯାନରେ କଂଗ୍ରେସ ସୋସିଆଲ୍‌ ମିଡିଆ ଯୋଗେ ବିଜେପି ଓ ବିଜେଡି ବିରୁଦ୍ଧରେ ଲଢ଼େଇ କରି ରାଜ୍ୟ କଂଗ୍ରେସକୁ ପ୍ରଭାବଶାଳୀ କରିବାକୁ ଉଦ୍ୟମ କରିବ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସୋସିଆଲ୍‌ ମିଡିଆ ଆବାହକ ଜୋହେବ୍‌ ଶେଖ୍‌ ଓ ପ୍ରଦେଶ କଂଗ୍ରେସ୍‌ ସୋସିଆଲ୍‌ ମିଡିଆ ରାଜ୍ୟ ଆବାହକ ଅଭିଷେକ ମହାନନ୍ଦ ଏଭଳି ଅଭିଯାନର ଆଭିମୁଖ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ। ଏଆଇସିସି ଆବାହକ ରାଜ୍ୟକୁ ତିନିଦିନିଆ ଗସ୍ତରେ ଆସି ପ୍ରଦେଶ କଂଗ୍ରେସକୁ ସୋସିଆଲ୍‌ ମିଡିଆ ଜରିଆରେ ସୁଦୃଢ଼ କରିବାକୁ ସୋସିଆଲ୍‌ ମିଡିଆ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେଇସାରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe