ଭୁବନେଶ୍ବର: ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାକୁ ନେଇ ମହିଳା କଂଗ୍ରେସ ଆସନ୍ତା ୨୪ ତାରିଖରେ ବିଧାନସଭା ଘେରାଉ କରିବ। ମହିଳାଙ୍କ ସୁରକ୍ଷାକୁ ନେଇ ବିଧାନସଭା ଘେରିବାକୁ ମହିଳା କଂଗ୍ରେସ ସଜବାଜ ହୋଇଯାଇଛି।
ରାଜ୍ୟରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇଯାଇଛି। ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ନିଖୋଜ ହେବା ଏବଂ ପରେ ତାଙ୍କର ହତ୍ୟା ଖବର ସମ୍ନାକୁ ଆସିବା ଘଟଣାରେ କଂଗ୍ରେସର ଗଠିତ ହୋଇଥିବା ପିସିସି ତଥ୍ୟ ଅନୁଧ୍ୟାନକାରି ୮ ଜଣିଆ କମିଟି ପୀଡ଼ିତାଙ୍କ ଘରକୁ ଯାଇଥିଲେ।
ବିଧାନସଭା ଘେରିବା ପୂର୍ବରୁ କଂଗ୍ରେସ କହିଛି, ରକ୍ଷକ ଏଠି ଭକ୍ଷକ ସାଜିଛି। ରାଜ୍ୟରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇଯାଇଛି। ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ନିଖୋଜ ହେବା ଏବଂ ପରେ ତାଙ୍କର ହତ୍ୟା ଖବର ସମ୍ନାକୁ ଆସିବା ଘଟଣାରେ କଂଗ୍ରେସର ଗଠିତ ହୋଇଥିବା ପିସିସି ତଥ୍ୟ ଅନୁଧ୍ୟାନକାରି ୮ ଜଣିଆ କମିଟି ପୀଡ଼ିତାଙ୍କ ଘରକୁ ଯାଇଥିଲେ। ସିପି ଅଫିସ, କମିସନର ଅଫିସ, କ୍ୟାପିଟାଲ ଥାନା ଏବଂ ଟ୍ରାଫିକ ଥାନା ଯାଇଲେ। ପୀଡ଼ିତାଙ୍କୁ ନାୟ, ତାଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଏବଂ ମୃତକଙ୍କ ଭାଇଙ୍କୁ ଚାକିରି ଦେବାକୁ ସରକାରଙ୍କ ପାଖରେ କଂଗ୍ରେସ ଦାବି କରିଛି।
ସୂଚନାଯୋଗ୍ୟ, ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି କାର୍ଯ୍ୟାଳୟକୁ ଡ୍ୟୁଟି କରିବାକୁ ଯାଇଥିଲେ। ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ। ଏହାପରଠୁ ତାଙ୍କର ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା। ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଥିଲା। ଅଭିଯୁକ୍ତ ଦୀପକ ପୁଲିସ ଆଗରେ କହିଛି, ଭୁବନେଶ୍ୱରରୁ ତଣ୍ଟି ଚିପି ହତ୍ୟା କରିବା ପରେ, ନେଇଥିଲା କେଉଁଝରI ହତ୍ୟାରେ ବ୍ୟବହୃତ କାର ଜବତ କରି ଖୋଳତାଡ଼ ଆରମ୍ଭ କରୁଛି କ୍ୟାପିଟାଲ ଥାନା ପୁଲିସ୍I ଅଭିଯୁକ୍ତ ଗିରଫ ହୋଇଛି। ଶୁଭମିତ୍ରାଙ୍କ ଗଳିତ ମୃତଦେହ ଆଜି ଅପରାହ୍ଣରେ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ଏକ ଜଙ୍ଗଲ ଭିତର ମାଟିତଳୁ ଉଦ୍ଧାର ହୋଇଛି।
congress | odisha assembly
Follow Us