ଆମ ଗାଁ ଆମ ବିକାଶ ଓ ପିଠାକୁ ବିରୋଧ : ୨୬ରେ କଂଗ୍ରେସ ପାଳିବ କଳା ଦିବସ

Advertisment
ଆମ ଗାଁ ଆମ ବିକାଶ ଓ ପିଠାକୁ ବିରୋଧ : ୨୬ରେ କଂଗ୍ରେସ ପାଳିବ କଳା ଦିବସ

ଭୁବନେଶ୍ବର : ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ ଏବ˚ ଶକ୍ତିହୀନ କରିବା ସହିତ ପ˚ଚାୟତ ପ୍ରତିନିଧିଙ୍କ ଭୂମିକାକୁ ଗୌଣ କରିଥିବା ଅଭିଯୋଗ କରିଛି କଂଗ୍ରେସ ଦଳ। ‘ଆମ ଗାଁ ଆମ ବିକାଶ’ ଏବ˚ ‘ପିଠା’ କାର୍ଯ୍ୟକ୍ରମରେ ପଞ୍ଚାୟତ ବ୍ୟବସ୍ଥାକୁ ଅବମାନନା କରାଯାଉଥିବା ନେଇ ଦଳ ସ୍ବର ଉତ୍ତୋଳନ କରିଛି। ଏହାର ପ୍ରତିବାଦରେ ଆସନ୍ତା ୨୬ ତାରିଖକୁ କଳା ଦିବସ ଭାବରେ ପାଳନ କରିବା ପାଇଁ ଆହ୍ବାନ ଦେଇଛି କଂଗ୍ରେସ।

ଏ ନେଇ ପ୍ରଦେଶ କଂଗ୍ରେସ କମିଟି ଓ ରାଜ୍ୟ ପଞ୍ଚାୟତ ସଭ୍ୟସଭ୍ୟା ମହାସ˚ଘ ତରଫରୁ ଆଗାମୀ ୨୬ ତାରିଖ ଦିନ ପଞ୍ଚାୟତ କାର୍ଯ୍ୟାଳୟରେ କଳାପତାକା ଉଡ଼ାଇବା, ପଞ୍ଚାୟତ ପ୍ରତିନିଧି କଳା ବ୍ୟାଜ୍‌ ପିନ୍ଧିବା, ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଆୟୋଜନ ଇତ୍ୟାଦି ମାଧ୍ୟମରେ କଳା ଦିବସ ପାଳନ କରିବାକୁ କୁହାଯାଇଛି। ଏ ନେଇ ଦାବିପତ୍ର ପ୍ରକାଶ କରିଛି କଂଗ୍ରେସ। ଏସବୁ ଦାବିଗୁଡ଼ିକ ଉପରେ ପଞ୍ଚାୟତ ସ୍ତରରୁ ବ୍ୟାପକ ପ୍ରଚାର ଅଭିଯାନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପଠାଇବା ପାଇଁ ଅନୁରୋଧ କରାଯାଇଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ କଳା ଦିବସ ଆୟୋଜନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେବା ସହିତ କଂଗ୍ରେସର ୬ ଦଫା ଦାବିପତ୍ର ଉପସ୍ଥାପନ କରିଥିଲେ। ସେଥିରେ ଗ୍ରାମସଭା ଓ ପଞ୍ଚାୟତର ବିନା ଅନୁମୋଦନରେ ଆମ ଗାଁ ଆମ ବିକାଶ ଯୋଜନାର ପ୍ରକଳ୍ପଗୁଡ଼ିକୁ ଘୋଷଣା କରାନଯାଉ, ପିଠା କାର୍ଯ୍ୟକ୍ରମରେ ପଞ୍ଚାୟତକୁ ସ˚ପୃକ୍ତ କରାଯାଉ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଖୋଲା ହାତପାଣ୍ଠିର ବ୍ୟବସ୍ଥା, ପଞ୍ଚାୟତ ପ୍ରତିନିଧି ଯଥା: ୱାଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କର ଭତ୍ତା ବୃଦ୍ଧି, ପଞ୍ଚାୟତ ପ୍ରତିନିଧିଙ୍କୁ ଲୋକ ପ୍ରତିନିଧି ମର୍ଯ୍ୟାଦା ଓ ୭୩ତମ ସମ୍ବିଧାନ ସ˚ଶୋଧନ ଆଇନ୍‌ ମୁତାବକ ପଞ୍ଚାୟତକୁ ଅଧିକାର ପ୍ରଦାନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଦାବି ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ, ସୋନାଲି ସାହୁ, ହିମା˚ଶୁ ଲେଙ୍କାଙ୍କ ସମେତ ରାଜ୍ୟ ସମିତି ସଭ୍ୟ/ସଭ୍ୟା ମହାସ˚ଘର କାର୍ଯ୍ୟକାରୀ ସଭାପତି ଗୋପବନ୍ଧୁ ସ୍ବାଇଁ, ବିଷ୍ଣୁପ୍ରିୟା ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe