image source- live mint
ଭୋପାଳ: ଆସନ୍ତା ଏପ୍ରିଲ୍ ମାସରେ ୫୧ଟି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ର କଂଗ୍ରେସ ନେତାମାନେ ନିଜ ରାଜ୍ୟରୁ ଦଳର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପଠାଇବାକୁ ଚାହଁଛନ୍ତି। ଏକଥା ସ୍ପଷ୍ଟ କରିଛନ୍ତି ରାଜସ୍ଥାନର ଦଳର ପ୍ରଭାରୀ ଅବିନାଶ ପାଣ୍ଡେ। ସେ କହିଛନ୍ତି ଯେ ଏନେଇ କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରୁ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାଜ୍ୟସଭା ପଠାଯାଉ ବୋଲି ଦାବି କରିଛନ୍ତି ରାଜ୍ୟ ସରକାରଙ୍କ ୧୨ରୁ ଅଧିକ ମନ୍ତ୍ରୀ ।
image source-oneindiaଏହା ପୂର୍ବରୁ ରାଜ୍ୟସଭା ଲାଗି ଦିଗବିଜୟ ସିଂହ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଆଁକୁ ନେଇ ଚର୍ଚ୍ଚା ହେଉଥିଲା। ରାଜ୍ୟର ଶିକ୍ଷାମନ୍ତ୍ରୀ ଜିତୁ ପଟ୍ଟୱାରୀ, ନାଗରିକ ପ୍ରଶାସନ ମନ୍ତ୍ରୀ ଜୟବର୍ଦ୍ଧନ,ଗୃହମନ୍ତ୍ରୀ ବାଲାବଚ୍ଚନ ସମେତ ଅନେକ ମନ୍ତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାଜ୍ୟସଭାକୁ ପଠାଇବାକୁ ନିବେଦନ କରିଛନ୍ତି । ସେମାନେ କହିଛନ୍ତି ଯେ, ଯଦି ପ୍ରିୟଙ୍କାଙ୍କୁ ଏଠାରୁ ରାଜ୍ୟସଭାକୁ ପଠାଯାଏ ତେବେ ଏହା ବଡ଼ ଖୁସିର ବିଷୟ ହେବ । ପ୍ରିୟଙ୍କା ଆଗକୁ ବଢ଼ିଲେ ଏହାର ଫାଇଦା କଂଗ୍ରେସକୁ ମିଳିବ ବୋଲି ସେମାନେ ବଚାର କରୁଛନ୍ତି।
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଏସ୍ପିଜି ସୁରକ୍ଷା ହଟିବା ଏବଂ ନିରାପତ୍ତା ଦୃଷ୍ଟିରୁ ସରକାରୀ ବାସଭବନ ନିୟମକୁ କଡ଼ାକଡ଼ି କରିବା ଦ୍ୱାରା ପ୍ରିୟଙ୍କାଙ୍କଠାରୁ ତାଙ୍କ ସରକାରୀ ବାସଭବନ ପ୍ରତ୍ୟାହାର କରିନେବାର ଆଶଙ୍କା ଦେଖା ଦେଇଛି । ସେ ରାଜ୍ୟସଭା ଗଲେ ଏହି ସମସ୍ୟାର ସମାଧାନ ହେବ ବୋଲି ବି କୁହାଯାଉଛି।
Follow Us