କଂଗ୍ରେସ କାଏମ ରଖିଲା ଆସନ

Advertisment

ଚିତ୍ରକୁଟ ଉପନିର୍ବାଚନ

ଚିତ୍ରକୁଟ ଉପନିର୍ବାଚନ

ମେଘାଳୟରେ କଂଗ୍ରେସକୁ ଝଟ୍‌କା: ୫ ବିଧାୟକଙ୍କ ଇସ୍ତଫା, ଏନ୍‌ପିପିରେ ସାମିଲ ହେବେ

ଭୋପାଳ : ମଧ୍ୟପ୍ରଦେଶର ସତନା ଜିଲ୍ଲା ଅନ୍ତର୍ଗତ ଚିତ୍ରକୁଟ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ନିଜ ଆସନ ବଜାୟ ରଖିବାରେ ସମର୍ଥ ହୋଇଛି । କଂଗ୍ରେସ ପ୍ରାର୍ଥୀ ନୀଲାଂଶୁ ଚତୁର୍ବେଦୀ ବିଜେପି ପ୍ରାର୍ଥୀ ଶଙ୍କରଦୟାଲ ତ୍ରିପାଠୀଙ୍କୁ ୧୪,୧୩୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି ଉପନିର୍ବାଚନରେ ୯ ନିର୍ଦ୍ଦଳୀୟଙ୍କ ସମେତ ୧୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲେ। ଚତୁର୍ବେଦୀଙ୍କୁ ୬୬,୮୧୦ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୫୨୬୭୭ ଭୋଟ୍‌ ମିଳିଛି। ଏହି ଆସନରେ ୨୦୧୩ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରେମ ସିଂହ ୧୦୯୭୦ ଭୋଟ୍‌ ଅଧିକ ପାଇ ବିଜୟୀ ହୋଇଥିଲେ। କଂଗ୍ରେସର ଗଡ଼ କୁହାଯାଉଥିବା ଏହି ଆସନକୁ ଦଳ କାଏମ ରଖିବାରେ ସକ୍ଷମ ହୋଇଥିବା ବେଳେ ବିଜେପିକୁ ପୁଣି ଥରେ ପରାଜୟର ଝଟ୍‌୍‌କା ସାମ୍ନା କରିବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe