ସିପିଆଇ (ଏମ୍‌ଏଲ୍‌) ଘୋଷଣା କଲା ପ୍ରାର୍ଥୀ ତାଲିକା

ସିପିଆଇ (ଏମ୍‌ଏଲ୍‌) ଘୋଷଣା କଲା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ସିପିଆଇ(ଏମ୍‌ଏଲ୍‌) ପକ୍ଷରୁ ଆଜି ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ନାଗଭୂଷଣ ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଶୋକ ପ୍ରଧାନ, ତ୍ରିପତି ଗମାଙ୍ଗ, ରାଧାକାନ୍ତ ସେଠୀ, ଏନ୍‌.କେ ମହାନ୍ତି ପ୍ରମୁଖ ପ୍ରାର୍ଥୀ ତାଲିକା ସଂପର୍କରେ ସୂଚନା ଦେଇଛନ୍ତି। ରାଜ୍ୟରେ ୧୧ଟି ବିଧାନସଭା ଆସନ ଓ ଦୁଇଟି ଲୋକସଭା ଆସନରେ ଏହି ତାଲିକା ଘୋଷଣା ହୋଇଛି। ଲୋକସଭା ଆସନରେ ପୁରୀ ପାଇଁ ମନ୍ଦାକିନୀ ସେଠୀ ପ୍ରାର୍ଥୀ ହୋଇଥିବା ବେଳେ କୋରାପୁଟ ପାଇଁ ଦାମୋଦର ଶବରଙ୍କୁ ପ୍ରାର୍ଥୀ କରାଯାଇଛି। ବିଧାନସଭା ଆସନରେ ଅଶୋକ ପ୍ରଧାନ ପିପିଲି, ମହେନ୍ଦ୍ର ପରିଡ଼ା ଉତ୍ତର ଭୁବନେଶ୍ବର, ପଞ୍ଚରତ୍ନ ମହାକୁଡ଼ ଚମ୍ପୁଆ, ତ୍ରିପତି ଗମାଙ୍ଗ ଗୁଣୁପୁର, ରାମଚନ୍ଦ୍ର ପାଷ୍କା ବିଷମ କଟକ, ଜୟନ୍ତୀ ବିଶ୍ବାଳ ଚାନ୍ଦବାଲି, ବିଧାନ ଦାସ ଆଳି, ଉମେଶ ପ୍ରଧାନ ସୋନପୁର, ଦୁର୍ଯ୍ୟୋଧନ ଦାସ ନର୍ଲା, ମୁରଲୀଧର ବେହେରା ଚିଲିକା ପାଇଁ ତାଲିକାଭୁକ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe