Crisis in Karnataka Congress: କ୍ଷମତା ଆବଣ୍ଟନକୁ ଅଢେଇ ବର୍ଷ ପୂରିଲା, ମୁଖ୍ୟମନ୍ତ୍ରୀ ଚୌକି ପାଇଁ ପୁଣି ଛକାପଞ୍ଝା ଆରମ୍ଭ ହେଲା…

ପୁଣି କର୍ଣ୍ଣାଟକ କଂଗ୍ରେସରେ କେଁ । ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ବିଧାୟକ। ଉପ-ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସମର୍ଥକ ଦିଲ୍ଲୀରେ ଡେରା ପକାଇଛନ୍ତି । ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦିଲ୍ଲୀରେ ହାଇକମାଣ୍ଡଙ୍କୁ...

congress

congress Photograph: (sambad.in)

ନୂଆଦିଲ୍ଲୀ: ପୁଣି କର୍ଣ୍ଣାଟକ କଂଗ୍ରେସରେ କେଁ । ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ବିଧାୟକ। ଉପ-ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସମର୍ଥକ ଦିଲ୍ଲୀରେ ଡେରା ପକାଇଛନ୍ତି । ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଆଜି ଭେଟିବାର ଯୋଜନା ରହିଛି । ଇତିମଧ୍ଯରେ କର୍ଣ୍ଣାଟକରେ କ୍ଷମତା ଆବଣ୍ଟନକୁ ଅଢେଇ ବର୍ଷ ପୂରିଥିବା ବେଳେ ଡି.କେ ଶିବକୁମାରଙ୍କ ସମର୍ଥକମାନେ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପୁନଶ୍ଚ ଦାବି ଦୋହରାଇବା ସହ ୨୦୨୩ରେ ସରକାର ଗଠନ ବେଳେ ହୋଇଥିବା ଭାଗବଣ୍ଟା କଥା ମନେ ପକାଇ ଦେବାକୁ ଦିଲ୍ଲୀରେ ଥିବା ଚର୍ଚ୍ଚା ହେଉଛି ।

ତେବେ ଏହି ସୂଚନା ପୁଣି ଥରେ ଦର୍ଶାଇ ଦେଉଛି କି କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ୍ ଠାକ୍ ନାହିଁ । ପୂର୍ବରୁ ମୁଖ୍ଯମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ଯରେ କ୍ଷମତାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଏବେ ଏହି କଥା ପୁଣି ସାମ୍ନାକୁ ଆସିଛି । ଯେତେବେଳେ ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଆଉ କଂଗ୍ରେସ ସରକାର ଗଢିଥିଲା । ସେତେବେଳେ ସିଦ୍ଧରମୈୟା ଓ ଡି.କେ ଶିବକୁମାରଙ୍କ ମଧ୍ୟରେ ଅଢେଇ ବର୍ଷ ଲେଖାଏଁ ଶାସନ ଭାର ସମ୍ଭାଳିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଉ ଯେତେବେଳେ ଅଢେଇ ବର୍ଷ ପୂରିଛି ସେହି କଥାକୁ ପୁଣି ମନେପକାଇ ଦେଇଛନ୍ତି ବିଧାୟକମାନେ । 

ଆହୁରି ପଢନ୍ତୁ- Supreme Court: ପୂର୍ବ ରାୟରୁ ପଛକୁ ହଟିଲେ ସୁପ୍ରିମ୍‌କୋର୍ଟ: ରାଷ୍ଟ୍ରପତି ଓ ରାଜ୍ୟପାଳ ସମୟସୀମାରେ ବନ୍ଧା ହୋଇପାରିବେ ନାହିଁ

ଶିବକୁମାର କହିଲେ ମୁଁ…

ସେପଟେ ନିଜ ସମର୍ଥକ ବିଧାୟକମାନେ ଦିଲ୍ଲୀ ଗସ୍ତ ନେଇ ପ୍ରତିକ୍ରିୟା ଦେଇଛନ୍ତି ଶିବକୁମାର । କହିଛନ୍ତି- ମୁଁ କିଛି ଜାଣିନାହିଁ। ମୋ ପାଖରେ କୌଣସି ସୂଚନା ନାହିଁ। ମୁଁ କାହାକୁ ପଚାରି ନାହିଁ। ମୁଁ କିଛି ଜାଣିନାହିଁ । ମୋ ଦେହ ଅସୁସ୍ଥ, ସେଥିପାଇଁ ମୁଁ ଘରୁ ବାହାରକୁ ଯାଇନାହିଁ।

ଆହୁରି ପଢନ୍ତୁ- Nitish Kumar: ଦଶମ ଥର ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ: ସମ୍ରାଟ ଚୌଧାରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ

ସଂପୂର୍ଣ୍ଣ ୫ ବର୍ଷ ରହିବି ମୁଖ୍ୟମନ୍ତ୍ରୀ : ସିଦ୍ଦରମୈୟା

ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ ସେ ସଂପୂର୍ଣ୍ଣ ୫ ବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ଓ ପଦ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ସ୍ଥିତି ବିବାଦୀୟ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe