୪ ଦିନ ଭିତରେ ହେବ ସିଡବ୍ଳୁସି ବୈଠକ, ବଛା ହେବେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ

Advertisment
୪ ଦିନ ଭିତରେ ହେବ ସିଡବ୍ଳୁସି ବୈଠକ, ବଛା ହେବେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଓ୍ଵାର୍କିଂ କମିଟି(ସିଡବ୍ଳୁସି) ବୈଠକ ଆସନ୍ତା ୪ ଦିନ ଭିତରେ ହେବ ବୋଲି ଆଶା କରାଯାଉଛି। ରାହୁଲ ଅଧ୍ୟକ୍ଷତା ଛାଡ଼ିବା ନେଇ ଅଡ଼ି ବସିଥିବା ହେତୁ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ବାଛିବା ନିମନ୍ତେ ଏହି ବୈଠକ କରାଯିବ। ରାହୁଲ ଗାନ୍ଧୀଙ୍କ ବଦଳରେ କିଏ ଦଳର ଅଧ୍ୟକ୍ଷ ହେବେ ତାହା ସିଡବ୍ଳୁସିର ୫୨ ଜଣ ସଦସ୍ୟ ନିର୍ଣ୍ଣୟ କରିବେ।

ସିଡବ୍ଳୁସି ବୈଠକ ହେବା ନେଇ ସୂଚନା ମିଳିସାରିବା ପରେ ବି ରାହୁଲଙ୍କୁ ତାଙ୍କ ନିଷ୍ପତ୍ତି ଉପରେ ଆଉ ଥରେ ଚିନ୍ତା କରିବା ପାଇଁ ଦଳର ବରିଷ୍ଠ ନେତାମାନେ ପରାମର୍ଶ ଦେଇଛନ୍ତି। ସୋମବାର କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ରାହୁଲ ଗାନ୍ଧୀଙ୍କ ନିକଟକୁ ଯାଇ ତାଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପରାମର୍ଶ ଦେଇଥିଲେ। ପଟେଲଙ୍କ ପରେ ବରିଷ୍ଠ ନେତା କେସି ଭେନୁଗୋପାଲ ବି ଗାନ୍ଧୀଙ୍କୁ ଭେଟିଥିଲେ। ଦଳର ଅନେକ ବରିଷ୍ଠ ନେତା ଚାହାନ୍ତି ଯେ ରହୁଲ ପୁଣି ଥରେ ଦଳର ଅଧ୍ୟକ୍ଷ ହୋଇ ରୁହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe