ପୁଣି ଭିଡ଼ ହିଂସା: ଗୁଜବକୁ ଭିତ୍ତିକରି ଦଳିତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟାକଲେ ଉତ୍ୟକ୍ତ ଲୋକ

Advertisment

ସମାଜବାଦୀ ପାର୍ଟି ଭିଡିଓ ସେୟାର କରିବା ପରେ ସରଗରମ ହେଲା ୟୁପି ରାଜନୀତି

ସମାଜବାଦୀ ପାର୍ଟି ଭିଡିଓ ସେୟାର କରିବା ପରେ ସରଗରମ ହେଲା ୟୁପି ରାଜନୀତି

ପୁଣି ଭିଡ଼ ହିଂସା: ଗୁଜବକୁ ଭିତ୍ତିକରି ଦଳିତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟାକଲେ ଉତ୍ୟକ୍ତ ଲୋକ

NewsNation

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଆଜି ଘଟିଯାଇଛି ଏକ ଭିଡ଼ ହିଂସା। ଭିଡ଼ ହିଂସାର ଶିକାର ହୋଇ ପ୍ରାଣ ହରାଇଛନ୍ତି ଜଣେ ୪୫ ବର୍ଷ ବୟସ୍କ ଦଳିତ ବ୍ୟକ୍ତି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଉତ୍ତରପ୍ରଦେଶ ମେନପୁରୀର ଦିଓ୍ଵାକର ନାମକ ଜଣେ ଦଳିତ ବ୍ୟକ୍ତି ତାଙ୍କର ଝିିଅକୁ ବିକ୍ରି କରିଥିବାର ଗୁଜବ ପ୍ରଚାରିତ ହେବା ପରେ କିଛି ଉତ୍ୟକ୍ତ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଉତ୍ୟକ୍ତ ଜନତାଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ଦିଓ୍ଵାକର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ଜାଣିବାକୁ ମିଳିଥିଲା ଯେ ଏହା ଏକ ଗୁଜବ ଥିଲା। ପ୍ରକୃତରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିବା ଦିୱାକର ତାଙ୍କ ଝିିଅକୁ ସମ୍ପର୍କୀୟଙ୍କ ସହ ରହିବାକୁ ପଠାଇ ଦେଇଥିଲେ।
ତେବେ, ଏହି ଘଟଣାକୁ କେନ୍ଦ୍ର କରି ଉତ୍ତରପ୍ରଦେଶର ରାଜନୀତି ଏବେ ସରଗରମ ହୋଇ ଉଠିଛି। ସମାଜବାଦୀ ପାର୍ଟି ନିଜର ଟୁଇଟର ହ୍ୟାଣ୍ଡେଲରେ ଏହି ଘଟଣାର ଏକ ଭିଡିଓ ସେୟାର କରିଛି।

ଏହି ଭିଡିଓରେ ଦର୍ଶାଯାଇଛି ଯେ ପାଞ୍ଚ ଜଣ ଉତ୍ୟକ୍ତ ଲୋକ ଦିଓ୍ଵାକରଙ୍କୁ ତାଙ୍କର ଭଡା ଘରର ଛାତ ଉପରେ ଆକ୍ରମଣ କରୁଛନ୍ତି। ଦିୱାକର ତାଙ୍କୁ ଛାଡ଼ିଦେବା ପାଇଁ ନିବେଦନ କରୁଥିଲେ ମଧ୍ୟ ଆକ୍ରମଣକାରୀମାନେ ତାଙ୍କୁ ଚେତାଶୂନ୍ୟ ହୋଇ ତଳେ ପଡ଼ିଯିବା ପର୍ଯ୍ୟନ୍ତ ମାଡ଼ ମାର ଚାଲିଛନ୍ତି। ଏହି ଭିଡିଓକୁ ଟୁଇଟ କରିବା ସହ ସମାଜବାଦୀ ପାର୍ଟି ଅଭିଯୋଗ କରି କହିଛି ଯେ ଆକ୍ରମଣକାରୀମାନେ ଶାସକ ବିଜେପିର ସହଯୋଗୀ ବଜରଙ୍ଗ ଦଳର ସଦସ୍ୟ ଅଟନ୍ତି।

ହେଲେ, ଏହି ଭିଡିଓ ଆଧାରରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ କରିବା ସହ ସମାଜବାଦୀ ପାର୍ଟିର ଦାବିକୁ ଖଣ୍ଡନ କରି କହିଛି ଯେ ଏହି ଘଟଣାରେ ଗିରଫ ହୋଇଥିବା ୪ ଜଣ ବ୍ୟକ୍ତିଙ୍କର ରାଜନୀତି ସହ କୌଣସି ପ୍ରକାରର ସଂପର୍କ ନାହିଁ। କିମ୍ବା ସେମାନେ କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe