ସମସ୍ତ ବିରୋଧୀ ଏକତ୍ର ହେଲେ ବି ବାରାଣସୀରେ ମୋଦି ୨ ଲକ୍ଷ ଭୋଟ୍‌ରେ ଆଗୁଆ ରହିବେ

Advertisment
ସମସ୍ତ ବିରୋଧୀ ଏକତ୍ର ହେଲେ ବି ବାରାଣସୀରେ ମୋଦି ୨ ଲକ୍ଷ ଭୋଟ୍‌ରେ ଆଗୁଆ ରହିବେ

Image Source: India Today

ନୂଆଦିଲ୍ଳୀ: ସମସ୍ତ ବିରୋଧୀ ଦଳ ଏକଜୁଟ ହେଲେ ମଧ୍ୟ ଏଥର ବାରାଣସୀ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ୨ ଲକ୍ଷ ଭୋଟ୍‌ରେ ପଛୁଆ ରହିବେ ବୋଲି ଏକ ଜାତୀୟ ଗଣମାଧ୍ୟମର ସଂଗ୍ରହ କରିଥିବା ଡାଟାରୁ ଜଣାପଡ଼ିଛି।

୨୦୧୪ରେ ମୋଦି ୫. ୮୧ ଲକ୍ଷ ଭୋଟ୍‌ ପାଇଥିବା ବେଳେ ଏସ୍‌ପି ଏବଂ ବିଏସ୍‌ପି ପ୍ରାର୍ଥୀମାନେ ଯଥାକ୍ରମେ ୬୦, ୫୭୦ ଏବଂ୪୫, ୨୯୦ ଖଣ୍ଡ ଭୋଟ୍‌ ପାଇଥିଲେ। ଯଦି ୨୦୧୯ରେ ସେମାନଙ୍କ ଭୋଟ୍‌କୁ ମିଶାଇ ଦିଆଯାଏ, ମୋଦି ୨୦୧୪ରେ ପାଇଥିବା ଭୋଟ୍‌ ସଂଖ୍ୟା ଠାରୁ ତାହା ଢେର୍‌ ପଛରେ ରହିବ। ଯଦି ଆପ୍‌ର ୨. ୦୯ ଲକ୍ଷ ଭୋଟ୍‌ ଏବଂ କଂଗ୍ରେସର ୭୫, ୬୧୦ ଖଣ୍ଡ ଭୋଟ୍‌ ମିଶାଇ ଦିଆ ଯାଏ ତଥାପି କୌଣସି ପରିବର୍ତ୍ତନ ହେବ ନାହିଁ।

୩. ୯୦ ଲକ୍ଷ ଭୋଟ୍‌ ପାଇ ସମଗ୍ର ବିରୋଧୀ ମୋଦିଙ୍କ ଠାରୁ ପ୍ରାୟ ୧. ୯ ଲକ୍ଷ ଭୋଟ୍‌ ପଛରେ ରହିବେ। ୨୦୧୪ ନିର୍ବାଚନ ମଧ୍ୟ ଅନ୍ୟ କେତେକ ମଜାଦାର ତଥ୍ୟ ଦେଉଛି। ଏସ୍‌ପି ଏବଂ ବିଏସ୍‌ପି ସେମାନଙ୍କ ଭୋଟ୍‌ ହରାଇ ଥିବା ବେଳେ କଂଗ୍ରେସ୍‌ ଅଳ୍ପ କିଛି ପାଇଥିଲା। ଏସ୍‌ପି ଏବଂ ବିଏସ୍‌ପି ଯଥାକ୍ରମେ ୬୭ ଏବଂ ୬୩ ପ୍ରତିଶତ ଭୋଟ୍‌ ହରାଇଥିଲେ। କଂଗ୍ରେସ ୧୪% ଅଧିକ ପାଇଥିଲା।

୨୦୧୪ରେ ଅଧିକାଂଶ ଏସ୍‌ ଓ ବିଏସ୍‌ପି ଭୋଟ୍‌ ମୋଦି, ଆପ୍‌ ଏବଂ କଂଗ୍ରେସର ପ୍ରାର୍ଥୀମାନଙ୍କ ନିକଟକୁ ଚାଲିଯାଇଥିଲା। ଏହି ହିସାବରୁ ଜଣାପଡୁଛି ଯେ ବାରାଣସୀରେ ମୋଦି ଅନାୟାସରେ ବିଜୟୀ ହେବେ। ୨୦୧୪ ନିର୍ବାଚନରେ ମୋଦିଙ୍କ ହାଓ୍ଵା ମଧ୍ୟରେ ବୃଦ୍ଧି ପାଇଥିବା କଂଗେସ୍‌ ଭୋଟ୍‌ ଏ ବର୍ଷ ବାରାଣସୀରେ କିଛି ଭଲ ପ୍ରଦର୍ଶନ କରି ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe