ଏମ୍‌ସିଡିର ମେୟର ନିର୍ବାଚନ ଆଜି; ୧୦ ବର୍ଷ ପରେ ଦିଲ୍ଲୀକୁ ମିଳିବ ମେୟର୍‌

Advertisment
ଏମ୍‌ସିଡିର ମେୟର ନିର୍ବାଚନ ଆଜି; ୧୦ ବର୍ଷ ପରେ ଦିଲ୍ଲୀକୁ ମିଳିବ ମେୟର୍‌

www.google.com

ନୂଆଦିଲ୍ଲୀ : ଦିଲ୍ଲୀ ପୌର ନିଗମ (ଏମ୍‌ସିଡି) ଆଜି ମେୟର ନିର୍ବାଚନ କରିବ ବୋଲି ସୂଚନା ରହିଛି। ଆଜି ହିଁ ଉଭୟ ମେୟର ଓ ଡେପୁଟି ମେୟର ନିର୍ବାଚିତ ହେବେ। ଆମ୍‌ ଆଦମୀ ପାର୍ଟି (ଆପ୍‌) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ବିବ‌ାଦ ଉପୁଜି ଅଧିବେଶନ ସ୍ଥଗିତ ହେବାର ଦୀର୍ଘ ବ୍ୟବଧାନ ପରେ ଏହି ନିଷ୍ପତ୍ତି ହୋଇଛି। ଏହି ନିର୍ବାଚନ ପରେ ଦିଲ୍ଲୀକୁ ଦୀର୍ଘ ୧୦ ବର୍ଷ ପରେ ମେ‌ୟର୍‌ ମିଳିବ ବୋଲି ସୂଚନା ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦିଲ୍ଲୀ ପୌର ନିଗମ ବା ଏମ୍‌ସିଡିର ପ୍ରଥମ ଗୃହ ‌ବୈଠକ ଜାନୁଆରି ୬ରେ ହୋଇଥିଲା କିନ୍ତୁ ଆପ୍ ଓ ବିଜେପି କାଉନ୍‌ସିଲରଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ମେୟର, ଡେପୁଟି ମେୟର ଓ ସ୍ଥାୟୀ କମିଟି ସଦସ୍ୟଙ୍କ ନିର୍ବାଚନ ହୋଇପାରି ନ ଥିଲା। ପ୍ରିଜାଇଡିଂ ଅଫିସର ପ୍ରଥମେ ୧୦ ଜଣ ପ୍ରତିନିଧିଙ୍କ ଶପଥ ଗ୍ରହଣ ପାଇଁ ନିଷ୍ପତ୍ତି ନେବାରୁ ଏହାକୁ ବିରୋଧ କରି ଏହି ଗଣ୍ଡଗୋଳ ହୋଇଥିଲା ଏବଂ ଶପଥ ଗ୍ରହଣ ବି ହୋଇପାରି ନ ଥିଲା।

୨୫୦ ଆସନ ବିଶିଷ୍ଟ ଦିଲ୍ଲୀ ମହାନଗର ନିଗମରେ ଆପ୍‌ ୧୩୫ ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟପକ୍ଷରେ ବିଜେପି ୧୦୪ଟି ଆସନରେ ଜିତିଥିଲା। ଆପ୍‌ ସେଲି ଓବରାୟ ଏବଂ ଆଶୁ ଠାକୁରଙ୍କ ନାମ ମେୟର ପଦ ପାଇଁ ଘୋଷଣା କରିଥିବା ବେଳେ ବିଜେପି ରେଖା ଗୁପ୍ତାଙ୍କୁ ମେୟର ପାର୍ଥୀ ଭାବେ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe