କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟାର ପ୍ରତିବାଦ : କୋରାପୁଟରେ ମୃତଦେହ ରଖି ରାସ୍ତାରୋକ, ଭୁବନେଶ୍ୱରରେ ପୁଲିସ-ବିଜେପି ମୁହାଁମୁହିଁ

Advertisment
କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟାର ପ୍ରତିବାଦ : କୋରାପୁଟରେ ମୃତଦେହ ରଖି ରାସ୍ତାରୋକ, ଭୁବନେଶ୍ୱରରେ ପୁଲିସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର/କୋରାପୁଟ: କୁନ୍ଦୁଲି ପୀଡ଼ିତା ସୋମବାର ନିଜ ଓଢ଼ଣିରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। କୋରାପୁଟର କୁନ୍ଦୁଲିରେ ପୀଡ଼ିତାଙ୍କ  ମୃତଦେହ ରଖି ରାସ୍ତାରୋକ କରାଯାଇଛି।  ଭୁବନେଶ୍ୱରରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରୁ ଏକ ବିରୋଧ ପ୍ରଦର୍ଶନ ର‍୍ୟାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନ  ନବୀନ ନିବାସ ଅଭିମୁଖେ ବାହାରି ଥିଲା। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଠାରେ ପୁଲିସ୍ କର୍ଡନ ଭାଙ୍ଗି ବିଜେପି ନେତା ଓ କର୍ମୀମାନେ ନବୀନ ନିବାସ ଆଡ଼କୁ ଯାଇଥିଲେ। ଏହି ର‍୍ୟାଲି ଶିଶୁଭବନ ଛକ ନିକଟରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ଅଟକା ଯାଇଥିଲା। ଭାରତୀୟ ଜନତା ପାର୍ଟି କର୍ମୀମାନେ ପୁଲିସକୁ ନ ମାନି ନବୀନ ନିବାସ ଆଡ଼କୁ ଜବରଦସ୍ତି ଯିବାକୁ ଉଦ୍ୟମ ବେଳେ ପୁଲିସ କଡ଼ା ବିରୋଧ କରିବାରୁ ଧସ୍ତାଧସ୍ତି ହୋଇଥିଲା। ପରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାର୍ଜ କରିବା ସହ ବିଜେପି କର୍ମୀଙ୍କୁ ଗିରଫ କରିଛି।

publive-image

ଆସନ୍ତାକାଲି କୋରାପୁଟ ବନ୍ଦ

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, ଆସନ୍ତାକାଲି  ଅବିଭକ୍ତ କୋରପୁଟ ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସେ କହିଛନ୍ତି, ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର। ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ୪ ମାସ ଧରି ପୀଡ଼ିତାଙ୍କୁ ନ୍ୟାୟ ମିଳି ପାରି ନାହିଁ। ଫଳରେ ସେ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି। ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ସାରା ଲୋକ କାନ୍ଦୁଥିବା ବେଳେ ଶବ ଉପରେ ଶ୍ରେଷ୍ଠ ଓ ଆଦର୍ଶ ପୁରସ୍କାର ଉତ୍ସବ ପାଳନ କରାଯାଉଛି ବୋଲି ବିଜେପି ଅଭିଯୋଗ ଆଣିଛି। କେବଳ କୋରପୁଟ ନୁହେଁ ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ମଧ୍ୟ ବୁଧବାର ସ୍କୁଲ-କଲେଜ, ଯାନବାହାନ ଯାତାୟତ ବନ୍ଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe