ଧର୍ମେନ୍ଦ୍ର ପୁରୀକୁ ଆସି ମୋ ସହିତ ଲଢ଼ନ୍ତୁ: ମହେଶ୍ୱର ମହାନ୍ତି

Advertisment
ଧର୍ମେନ୍ଦ୍ର ପୁରୀକୁ ଆସି ମୋ ସହିତ ଲଢ଼ନ୍ତୁ: ମହେଶ୍ୱର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବଙ୍ଗୋପସାଗରରେ ଫିଙ୍ଗିବା ପ୍ରସଙ୍ଗରେ ଶନିବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଜବାବ ଦେବା ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ ବିଜେପିକୁ କଟାକ୍ଷ କହିଛନ୍ତି। ପୁରୀରୁ ନବକଳବେର ଆରମ୍ଭ ନେଇ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ଚାଲେଞ୍ଜ କରି ପୁରୀ ବିଧାୟକ ମହେଶ୍ୱର କହିଛନ୍ତି, ନବକଳେବର ୧୮ ବର୍ଷରେ ହୁଏ, ଏବେ କେମିତି ହେବ। ସେ କହିଛନ୍ତି, ଧର୍ମେନ୍ଦ୍ର କେଉଁଠୁ ଛିଡ଼ା ହେବେ ଆଗ ନିଷ୍ପତ୍ତି ନିଅନ୍ତୁ। ପୁରୀକୁ ଆସି ବିଧାୟକ ପ୍ରାର୍ଥୀ ଭାବରେ ମୋ ସହ ଲଢ଼ନ୍ତୁ ବୋଲି ମହାନ୍ତି କହିଛନ୍ତି।

ପୂର୍ବରୁ ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି। ପ୍ରତାପ କହିଛନ୍ତି, କିଏ କାହାକୁ ଫିଙ୍ଗିବ ତାହା, ସମୟ କହିବ। ନବକଳେବର ହେବ କି ନାହିଁ ତାହା ଜନତା ବିଚାର କରିବେ। ବିଜେପି ମଞ୍ଚରେ ବସି କେବଳ ବୟାନବାଜି କରିବା ଶିଖିଛି। ଠିକ୍‌ ସମୟରେ ଭୋଟର ଉଚିତ୍‌ ଜବାବ ଦେବେ। କିଏ ସତ କହୁଛି ସମୟ ଆସିଲେ ସବୁ କଥା ଜଣାପଡ଼ିବ ବୋଲି ପ୍ରତାପ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe