ପୁଣି ଥରେ ଅଫିସରଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment
ଧର୍ମେନ୍ଦ୍ର ଅସନ୍ତୋଷ ଜଣାଇଲେ, ବିଜେପି ଗର୍ଜିଲା

ଭୁବନେଶ୍ୱର : କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ସଚିବଙ୍କ ମାଧ୍ୟମରେ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଥିଲା ରାଜ୍ୟ ଆଇଏଏସ ସଂଘ। ଧର୍ମେନ୍ଦ୍ର ଜାଣିଶୁଣି ଅଫିସରଙ୍କୁ ଅପମାନିତ କରୁଛନ୍ତି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ମଧ୍ୟ ଦେଇଥିଲେ। ଆଜି ପୁଣି ଥରେ ଅଫିସରଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । କିନ୍ତୁ ଏଥର ସମାଲୋଚନାର ଶୈଳୀ ଥିଲା ଭିନ୍ନ।

ସମାଲୋଚନାର ନୂଆ ତରିକା ବାହାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଉପସ୍ଥିତିରେ ମାରିଥିଲେ ତୀକ୍ଷ୍ଣ ତୀର ହେଲେ ମାଧ୍ୟମ ଥିଲା ଅଲଗା। ସମାଲୋଚନା କରିବା ପୂର୍ବରୁ ଧର୍ମେନ୍ଦ୍ର ପ୍ରଥମେ କ୍ଷମା ମାଗିଥିଲେ। ଆଉ ତା ପରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। କାରଣ ପୂର୍ବରୁ ମଧ୍ୟ ଆଇଏଏସ ମାନଙ୍କୁ ସମାଲୋଚନା କରି ଅଡ଼ୁଆରେ ପଡିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାହା ଓଡିଶାରେ ରାଜନୈତିକ ଝଡ ସୃଷ୍ଟି କରିଥିଲା।

ଭୁବନେଶ୍ୱରରେ ଜାତୀୟ ସୂଚନା କେନ୍ଦ୍ରର ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟରେ ଥିଲେ ରାଜ୍ୟ ସରକାର। ମାଧ୍ୟମ ଥିଲେ ଉତ୍ସବରେ ଉପସ୍ଥିତ ଥିବା ସଚିବ ଅଶୋକ ମୀନା। ହେଲେ ସମାଲୋଚନାକୁ ସହଜରେ ହଜମ କରିନଥିଲା ଆଇଏଏସ ସଂଘ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଂଘ ଫେରାଦ ହୋଇଥିଲା। ତେଣୁ ଏଥର ଆଉ ପୁରୁଣା ଫର୍ମୂଲା ଆପଣାଇ ନଥିଲେ ଧର୍ମେନ୍ଦ୍ର। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାର ନୂଆ ଫର୍ମୁଲାକୁ ଧରି ଆଗକୁ ବଢୁଛନ୍ତି କେନ୍ଦ୍ରମନ୍ତ୍ରୀ। ସମାଲୋଚନା କଲେ, କିନ୍ତୁ ଆଗରୁ କ୍ଷମା ପ୍ରାର୍ଥନା କରିଦେଲେ କେନ୍ଦ୍ରମନ୍ତ୍ରୀ। ଏହା ସହିତ ମଂଚରେ ଉପସ୍ଥିତ ମମସ୍ତ ଅତିଥିଙ୍କୁ ମଧ୍ୟ ପ୍ରଥମରୁ କ୍ଷମା ମାଗିଦେଲେ। ଧର୍ମେନ୍ଦ୍ରଙ୍କ ଏହି ଫର୍ମୁଲା ବେଶ ଚର୍ଚ୍ଚା ମଧ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe