ଶଶି ଥରୁରଙ୍କ ମୁହଁରେ କଳା ବୋଳିଲେ  ୧୧ ହଜାର ଟଙ୍କାର ପୁରସ୍କାର ଘୋଷଣା କଲେ ମୁସଲମାନ ନେତା

Advertisment
ଶଶି ଥରୁରଙ୍କ ମୁହଁରେ କଳା ବୋଳିଲେ  ୧୧ ହଜାର ଟଙ୍କାର ପୁରସ୍କାର ଘୋଷଣା କଲେ ମୁସଲମାନ ନେତା

ଆଲିଗଡ଼: ଯଦି ଭାରତୀୟ ଜନତା ପାର୍ଟି ୨୦୧୯ ମସିହ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସରକାର ଗଠନ କରେ ତେବେ ଭାରତ ‘ହିନ୍ଦୁ ପାକିସ୍ତାନ’ ହୋଇଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁରଙ୍କ ବୟାନ ନେଇ ଏବେ ରାଜନୈତିକ  ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଲିଗଡ଼ର ଜଣେ ମୁସଲମାନ ନେତା ଶଶି ଥରୁରଙ୍କ ଏପରି ବୟାନ ନେଇ ତାଙ୍କୁ ନିନ୍ଦା କରିବା ସହିତ ଯିଏ ଶଶି ଥରୁରଙ୍କ ମହଁରେ କଳା ବୋଳିବ ତାଙ୍କୁ ୧୧ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି।

ମୁସଲିମ ୟୁଥ ଆସୋସିଏସନର  ସଭାପତି ମହମ୍ମଦ ଅମୀର ରଶିଦ କହିଛନ୍ତି ଯେ ଶଶି ଥରୁରଙ୍କ ଏହି ବୟାନକୁ କଂଗ୍ରେସ ଦଳ ସମର୍ଥନ କରୁଛି। ଆଉ ଶଶି ଥରୁରଙ୍କ ବୟାନ କେବଳ ହିନ୍ଦୁ ନୁହେଁ,  ଦେଶପ୍ରେମୀ ମୁସଲମାନମାନଙ୍କୁ ମଧ୍ୟ କଷ୍ଟ ଦେଇଛି। ଶଶି ଥରୁରଙ୍କ ଏହି ବୟାନ ଭାରତରେ ସୌହାର୍ଦ୍ଦପୂର୍ଣ୍ଣ ଭାବେ ଚଳିଆସୁଥିବା  ହିନ୍ଦୁ- ମୁସଲମାନମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ଅଭିପ୍ରେତ ବୋଲି ରଶିଦ କହିଛନ୍ତି। ରଶିଦ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଭାରତର ବିକାଶକୁ କଂଗ୍ରେସ ପାର୍ଟି ସହି ପାରୁ ନାହିଁ। ଏଥିପାଇଁ ଯେ କୌଣସି ସ୍ତରକୁ  କଂଗ୍ରେସ ଦଳ ଖସିଯାଇପାରେ ବୋଲି ରଶିଦ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ଶଶି ଥରୁରଙ୍କ ବିବାଦୀୟ ବୟାନ ପରେ କଂଗ୍ରେସ ପାର୍ଟି ଏଥିରୁ ନିଜକୁ ଦୂରେଇ ରଖିଛି। ଏପରିକି  ସର୍ବସାଧରଣରେ ବୟାନ ଦେବାବେଳେ ସଞ୍ଜମତା ରକ୍ଷା ପାଇଁ ଦଳ ଏହାର ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛି। ତଥାପି ଶଶି ଥରୁରଙ୍କ ବୟାନ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  କ୍ଷମା ମାଗିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe