ବିଜେଡିରେ ମିଶିଲେ ଦୁଷ୍ମନ୍ତ ନାୟକ

ବିଜେଡିରେ ମିଶିଲେ ଦୁଷ୍ମନ୍ତ ନାୟକ

ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଇଥିବା ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଥିଷଲ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ରଣ ପର୍ବରେ ଉପସ୍ଥିତ ରହି ଶ୍ରୀ ନାୟକ ଓ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଦୁଷ୍ମନ୍ତ ପୂର୍ବତନ ବିଧାୟକ ଓ ଜଣେ ଭଲ ସଂଗଠକ। ତାଙ୍କର ଯୋଗଦାନ ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ।

ଶ୍ରୀ ନାୟକ କହିଥିଲେ, କଳାହାଣ୍ଡି ଜିଲ୍ଲାରେ ଯେଉଁ ବିକାଶ ହୋଇଛି, ତାହା କେବଳ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ସମ୍ଭବ ହୋଇଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟଶୈଳୀ ଓ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ସେ କହିଥିଲେ। ଶ୍ରୀ ନାୟକଙ୍କ ସହ ଭବାନୀପାଟଣା ଅଧ୍ୟକ୍ଷା ସୁକାନ୍ତି ବେହେରା, ୨୨ ଜଣ ସରପଞ୍ଚ, ୯ ଜଣ ସମିତି ସଭ୍ୟ, ୬ ଜଣ ପୂର୍ବତନ ସରପଞ୍ଚ, ଦୁଇ ଜଣ ପୂର୍ବତନ ସମିତି ସଭ୍ୟ, ଭବାନୀପାଟଣା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷା ଲଳିତା ନାଏକ, କେସିଙ୍ଗା ଏନ୍‌ଏସିର ବହୁ କାଉନ୍‌ସିଲର୍‌, ପୂର୍ବତନ କାଉନ୍‌ସିଲର୍‌ ଓ ନଗର କଂଗ୍ରେସ କମିଟିର କର୍ମକର୍ତ୍ତାମାନେ ବିଜେଡିରେ ଯୋଗ ଦେଇଥିଲେ। ମିଶ୍ରଣ ପର୍ବରେ କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ ଅନାମ ନାଏକ, ବଳଭଦ୍ର ମାଝୀ, ଦିବ୍ୟଶଙ୍କର ମିଶ୍ର, ଧନେଶ୍ୱର ମାଝୀ, ମେୟର ଅନନ୍ତ ନାରାୟଣ ଜେନା ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe