ଦାମ ବନାମ ବିଧାୟକ: ଏରସମାରେ ରାବଣ ପୋଡ଼ି ବେଳେ ସାଂସଦ ଅନୁଭବ ମହାନ୍ତିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ

Advertisment
ଦାମ ବନାମ ବିଧାୟକ: ଏରସମାରେ ରାବଣ ପୋଡ଼ି ବେଳେ ସାଂସଦ ଅନୁଭବ ମହାନ୍ତିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ

ଜଗତସିଂହପୁର: ଏରସମାରେ ରାବଣ ପୋଡ଼ି ବେଳେ ଶନିବାର ସାଂସଦ ତଥା ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ସୂଚନା ଅନୁସାରେ ଏରସମାରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ବିବାଦ ଥମୁ ନାହିଁ। ରାବଣ ପୋଡ଼ିକୁ ନେଇ ବିବାଦ ହେବା ପରେ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି। ପୁଲିସ ଅଣ୍ଡାମାଡ଼ କରିଥିବା ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ଏରସମାରେ ଦାମଙ୍କ ସମର୍ଥକମାନେ ଆଜି ବନ୍ଦ ପାଳନ କରିଥିଲେ।

ସୂଚନା ଅନୁସାରେ ସାଂସଦ ଅନୁଭବ ମହାନ୍ତିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ଗାଡ଼ିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe