ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନଙ୍କ କାରକେଡ୍‌ ଉପରକୁ ଅଣ୍ଡା ଓ ଢ଼େଲାଫିଙ୍ଗା ଘଟଣାରେ ପୁଲିସର ଲାଠିଚାର୍ଜ, ପୂର୍ବତନ ବିଧାୟକ ଅଟକ

Advertisment
ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନଙ୍କ କାରକେଡ୍‌ ଉପରକୁ ଅଣ୍ଡା ଓ ଢ଼େଲାଫିଙ୍ଗା ଘଟଣାରେ ପୁଲିସର ଲାଠିଚାର୍ଜ, ପୂର୍ବତନ ବିଧାୟକ ଅଟକ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ ଉପରକୁ ସୋମବାର ଅଣ୍ଡା ଓ ଢ଼େଲାମାଡ ହୋଇଥିବା ସୂଚନା ମିଳିଛି। ଲୋଇସିଂହା ବ୍ଲକ ଅନ୍ତର୍ଗତ ସାଲେଭଟ୍ଟା ଠାରେ ନବୀନଙ୍କ କାରକେଡ ଉପରକୁ ଅଣ୍ଡା ଓ ଢ଼େଲା ହୋଇ ଥିବା ଅଭିଯୋଗରେ ପୁଲିସ ଲାଠିଚାର୍ଜ ଓ ଫ୍ଲାଗ୍‌ ମାର୍ଚ୍ଚ କରିଛି। ଏହି ଘଟଣାରେ ପୁଲିସ ପୂର୍ବତନ ବିଧାୟକ ବାଲଗୋପାଳ ମିଶ୍ର ଓ ତାଙ୍କ ସମର୍ଥକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାପରେ ସାଲେଭଟ୍ଟାରେ ଉତ୍ତେଜନା ଦେଖାଦେଇଛି। ଅନ୍ୟପକ୍ଷରେ ଘଟଣାରେ ୪ଟି ଗାଡ଼ିର କାଚ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ତେବେ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରେ କୌଣସି ପ୍ରକାର ଆଞ୍ଚ ଆସି ନ ଥିବା ଜଣାପଡ଼ିଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି। ପ୍ରଥମେ ବରଗଡ଼ ଜିଲ୍ଲା ଅତାବିରା ଓ ପଦ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବା ପରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ହାଇଟେକ୍‌ ବସରେ ରୋଡ ସୋ’ କରିଛନ୍ତି। ଅତାବିରା ଓ ପଦ୍ମପୁରରେ ନବୀନ ନିଜ ସରକାରର ସଫଳତା ବଖାଣିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ପଦ୍ମପୁରରେ ନିଜ ଅଭିଭାଷଣରେ ନବୀନ ପ୍ରଥମେ ପ୍ରଚଣ୍ଡ ଖରା ସତ୍ତ୍ୱେ ଲୋକେ ତାଙ୍କ କଥା ଶୁଣିବାକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଜୟ ଜଗନ୍ନାଥ ଓ ଜୁହାର କହି ଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, କାଳିଆ ଯୋଜନା ଦ୍ୱାରା ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ ବାକି ଚାଷୀମାନଙ୍କୁ ୧୦ ହଜାର ଲେଖାଏଁ ଟଙ୍କା ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe