ବିଜେପୁର ଉପ-ନିର୍ବାଚନ ୧୨ ଦିନ: ପ୍ରଚାରରେ ବ୍ୟସ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ରୋଡ଼ ସୋ’ କଲେ ରୀତା

Advertisment

ଏକାକୀ ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ

ଏକାକୀ ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ

ବିଜେପୁର ଉପ-ନିର୍ବାଚନ ୧୨ ଦିନ: ପ୍ରଚାରରେ ବ୍ୟସ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ରୋଡ଼ ସୋ’ କଲେ ରୀତା

ଭୁବନେଶ୍ୱର/ବରଗଡ଼: ବିଜେପୁର ଉପ-ନିର୍ବାଚନ ଆଗାମୀ ଫେବ୍ରୁଆରି ୨୪ରେ ହେବ। ଅର୍ଥାତ ନିର୍ବାଚନ ତାରିଖ ଆଉ ବାର ଦିନ ବାକି ଥିବା ବେଳେ ଆସନ ହାତେଇବା ଲାଗି ଶାସକ ବିଜୁ ଜନତା ଦଳ, ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଯୋଜଦାର ପ୍ରଚାର ଚାଲିଛି। ବିଜେପି ପାଇଁ ରବିବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳର ଅନ୍ୟ ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକବର୍ନ୍ଧନ ସିଂହଦେଓ ଓ ମହିଳା ନେତ୍ରୀ ପ୍ରଭାତି ପରିଡ଼ା ନିର୍ବାଚନୀ ପ୍ରଚାର କରିଛନ୍ତି।

publive-image

ସେହିଭଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଣୟ ସାହୁ ଅଳ୍ପ କେତେଜଣ ସହଯୋଗୀଙ୍କ ସହିତ ଗାଇସିଲେଟ ଯାଇ ଏକାକୀ ଗାଁ ଲାକଙ୍କର ସୁବିଧା ଅସୁବିଧା ବୁଝିଛନ୍ତି। ପ୍ରଚାର ସମୟରେ ସେ ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି।

ବିଜେଡିର ବିଧାୟକ ପ୍ରାର୍ଥୀ ରିତା ସାହୁ ଦଳୀୟ କର୍ମୀଙ୍କ ସହିତ ଯୋରଦାର ପ୍ରଚାର କରିଛନ୍ତି। ସେ ସ୍ଥାନୀୟ ଅଞ୍ଚଳରେ ନିର୍ବାଚନୀ ସଭା ଓ ରୋଡ଼ ସୋ’ର ଆୟୋଜନ କରିଛନ୍ତି।

publive-image

ବିଜେପି ପ୍ରାର୍ଥୀ ଆଶୋକ ପାଣିଗ୍ରାହୀଙ୍କ ପାଇଁ ବିଜେପୁର ଅଞ୍ଚଳକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଛନ୍ତି। ପ୍ରଧାନ ଆଜି ଅପରାହ୍ନ ୧୦ଟା ୩୦ରୁ ଗୁଦେରପାଲି ସମେତ ଆଖପାଖ ଗାଁରେ ନିର୍ବାଚନ ପ୍ରଚାର କରିଛନ୍ତି। ଧର୍ମେନ୍ଦ୍ରଙ୍କ ପ୍ରଚାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଧର୍ମେନ୍ଦ୍ର ଗଦେରପାଲି ବ୍ୟତୀତ ଭଟ୍ଟିଙ୍ଗା, ବାଦିପାଲି, କନପୁରୀ, ତାଲପଦର, ଏମ ଶ୍ରୀଗିଡ଼ା, ବାନ୍ଧୁପାଲି, ବରମୁଣ୍ଡା, ଜାରିଙ୍ଗ ଓ ମାନପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe