ବିଳମ୍ବ ହୋଇପାରେ କଂଗ୍ରେସ ସଭାପତି ନିର୍ବାଚନ

Advertisment
ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ

ନୂଆଦିଲ୍ଲୀ  : କଂଗ୍ରେସ ସଭାପତି ନିର୍ବାଚନ ବିଳମ୍ବ ହୋଇପାରେ। ସେପ୍ଟେମ୍ବର ୨୦ ସୁଦ୍ଧା ନିର୍ବା‌ଚନ ପ୍ରକ୍ରିୟା ଶେଷ କରିବାପାଇଁ ଦଳ ପୂର୍ବରୁ ଧାର୍ଯ୍ୟ କରିଥିଲା। କିନ୍ତୁ ମିଳିଥିବା ସୂଚନାନୁଯାୟୀ ନିର୍ବାଚନ ଅକ୍ଟୋବର କିମ୍ବା ନଭେମ୍ବରକୁ ଘୁଞ୍ଚିପାରେ।

ଦଳର ସାଧାରଣ ସଚିବ କେସି ବେଣୁଗୋପାଳ ଟ୍ବିଟ୍‌ କରି କହିଛନ୍ତି, ଆସନ୍ତା ଅଗଷ୍ଟ ୨୮ରେ ନିର୍ବାଚନ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହେବ। ‘ଭାରତ ଯୋଡ଼ ଯାତ୍ରା’ ପାଇଁ ଦଳର ନେତାମାନେ ବ୍ୟସ୍ତ ରହିବେ। ଏହାବାଦ୍‌ ଗାନ୍ଧି ପରିବାରର ସଦସ୍ୟମାନେ ଏବେ ବିଦେଶ ଗସ୍ତରେ ଅଛନ୍ତି। ଏହି କାରଣ ପାଇଁ ନିର୍ବାଚନ ବିଳମ୍ବ ହୋଇପାରେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଏବେ ବିଦେଶରେ ଥିବାରୁ ଆସନ୍ତା ୨୮ ତାରିଖ ବୈଠକ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେବ। ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେନି ବୋଲି ବାରମ୍ବାର ମନା କରିଥିଲେ ସୁଦ୍ଧା ତାଙ୍କୁ ମନାଇବାପାଇଁ ଚେଷ୍ଟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe