ସତ୍ୟବ୍ରତ ପ୍ରଧାନ
ଜଳେଶ୍ବର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ବିଜେପି ବେଶ୍ ତତ୍ପର। ଏଥର ପଶ୍ଚିମବଙ୍ଗ ଦଖଲ ପାଇଁ ଦଳ ଗୋଟିଚାଳନା ଆରମ୍ଭ କରିଦେଇଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଓଡ଼ିଶା ନେତାଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ହୋଇଛି। ତାଲିକାରେ ମୋଟ ୩୬ ଜଣ ଓଡ଼ିଆ ଥିବାବେଳେ ବାଲେଶ୍ବରର ୬ ଜଣ ସାମିଲ ଅଛନ୍ତି।
Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଖ ଦୂର ହେଉନି
ପଶ୍ଚିମବଙ୍ଗର ୨୯୮ଟି ବିଧାନସଭା ଆସନରେ ନିର୍ବାଚନ ପାଇଁ ଖୁବ୍ଶୀଘ୍ର ତାରିଖ ଘୋଷଣା ହେବ। ଓଡ଼ିଶାରେ ବିଜେପି କ୍ଷମତା ଦଖଲ କରିବା ପରେ ଏବେ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନଜର ପକାଇଛି। କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି) କୁ ଗାଦିଚ୍ୟୁତ କରିବା ପାଇଁ ବରାବର ଉଦ୍ୟମ ଚାଲିଛି। କେନ୍ଦ୍ରୀୟ ନେତାମାନେ ପଶ୍ଚିମବଙ୍ଗର ପ୍ରାୟ ୨୦୦ ନିର୍ବାଚନମଣ୍ଡଳୀକୁ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି। ତଦାରଖ ଦାୟିତ୍ବ ଖୋଦ୍ ଅମିତ ଶାହଙ୍କ ଉପରେ ନ୍ୟସ୍ତ ରହିଛି। ଗତ ସପ୍ତାହରେ କୋଲକାତା ଆଲିପୁରସ୍ଥିତ ନ୍ୟାସ୍ନାଲ୍ ଲାଇବ୍ରେରି ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ନେତା ସୁନୀଲ ବଂଶଲ, ଭୂପେନ୍ଦ୍ର ଯାଦବ ଏବଂ ପଶ୍ଚିମବଙ୍ଗ ବିଜେପି ନେତୃମଣ୍ଡଳୀ ଓଡ଼ିଶାର ବଛା ବଛା ନେତାମାନଙ୍କୁ ନେଇ ଏକ ବୈଠକ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୩୬ ଜଣ ନେତାଙ୍କୁ ହିନ୍ଦୁ ବହୁଳ ମେଦିନପୁର, ଝାଡ଼ଗ୍ରାମ, କୋଲକାତା ନର୍ଥ, କୋଲକାତା ସବ୍ଅର୍ବାନ, ଘଟାଲ, କାନ୍ଥି, ତମଲୁକ, ବାଙ୍କୁଡ଼ା, ଜୟନଗର, ମଥୁରାପୁର ଆଦି ୧୦ ଜିଲ୍ଲାର ୩୬ ବିଧାନସଭା ନିର୍ବାଚନମଣ୍ଡଳୀ ଦାୟିତ୍ବ ଦିଆଯାଇଛି।
ପ୍ରାଥମିକ ତାଲିକାରେ ୩୬ ଜଣ, ବାଲେଶ୍ବରରୁ ୬
ଆଗାମୀ ଦିନରେ ଓଡ଼ିଆ ନେତାଙ୍କୁ ନେଇ ପ୍ରଚାର ତାଲିକା ଆହୁରି ଲମ୍ବା ହେବ ବୋଲି ଦଳ ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ନେତାମାନେ ତାଲିକାଭୁକ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲାର ୬ ଜଣ ରହିଛନ୍ତି। ଜଳେଶ୍ବରର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କୁ କସିଆଡ଼ି ବିଧାନସଭା କ୍ଷେତ୍ର, ଆଶିଷ କୁମାର ପାତ୍ରଙ୍କୁ ସୀମାନ୍ତ ରାମନଗର ବିଧାନସଭା କ୍ଷେତ୍ର, ପ୍ରାକ୍ତନ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ଦାନ୍ତୁନ ବିଧାନସଭା କ୍ଷେତ୍ର, ସଦର ବିଧାୟକ ମାନସ ଦତ୍ତଙ୍କୁ ଖଡ଼ଗପୁର ସଦର ବିଧାନସଭା କ୍ଷେତ୍ର ଏବଂ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କୁ ଖଡ଼ଗପୁର ବିଧାନସଭା କ୍ଷେତ୍ର ଦାୟିତ୍ବ ମିଳିଥିବା ଜଣାପଡ଼ିଛି। ଦାୟିତ୍ବ ମିଳିବା ପରେ ଏମାନେ ନିଜ ନିଜ ବିଧାନସଭା କ୍ଷେତ୍ରରେ ଦଳୀୟ ନେତା ଓ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ବୈଠକ କରିଥିବା ସୂଚନା ମିଳିଛି।
Indrabati: ଅପର ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଖ ଦୂର ହେଉନି
ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ତଥା ହେଭିୱେଟ୍ ନେତାମାନଙ୍କୁ ଷ୍ଟାର୍ କ୍ୟାମ୍ପେନର୍ ତାଲିକାରେ ରଖାଯାଇଛି। ଯେଉଁମାନେ ପଶ୍ଚିମବଙ୍ଗର ଗୁରୁତ୍ବପୂର୍ଣ୍ଣ ବିଧାନସଭା କ୍ଷେତ୍ରରେ ସଭା ସହ ଦଳୀୟ ପ୍ରର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/13/bjp-2025-12-13-17-48-45.png)