ସବୁ ଭାରତୀୟଙ୍କର ଜାଣିବା ଅଧିକାର ଅଛି: ଆର୍‌ଟିଆଇ ଆକ୍ଟ୍‌ରେ ପ୍ରସ୍ତାବିତ ପରିବର୍ତ୍ତନକୁ ରାହୁଳ ଗାନ୍ଧୀଙ୍କ ବିରୋଧ

Advertisment
ସବୁ ଭାରତୀୟଙ୍କର ଜାଣିବା ଅଧିକାର ଅଛି: ଆର୍‌ଟିଆଇ ଆକ୍ଟ୍‌ରେ ପ୍ରସ୍ତାବିତ ପରିବର୍ତ୍ତନକୁ ରାହୁଳ ଗାନ୍ଧୀଙ୍କ ବିରୋଧ

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ୍‌ରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିବା ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରି କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀ ଗୁରୁବାର ଦିନ କହିଛନ୍ତି କି, ସର୍ବସାଧାରଣଙ୍କ ଠାରୁ କେନ୍ଦ୍ର ସରକାର ସତ୍ୟ ଲୁଚାଉଛନ୍ତି।

ସବୁ ଭାରତୀୟଙ୍କର ଜାଣିବା ଅଧିକାର ରହିଛି। ବିଜେପିର ବିଶ୍ୱାସ ଲୋକମାନଙ୍କ ଠାରୁ ସତ୍ୟ ଲୁଚାଇ ରଖିବା ଉଚିତ। ସେମାନେ କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ ପଚାରି ପାରିବେ ନାହିଁ। ପ୍ରସ୍ତାବିତ ପରିବର୍ତ୍ତନ ଆର୍‌ଟିଆଇକୁ ଏକ ଅଦରକାରୀ ଆଇନ୍‌ରେ ପରିଣିତ କରିଦେବ। ସେମାନଙ୍କୁ ସବୁ ଭାରତୀୟ ବିରୋଧ କରିବା ଉଚିତ ବୋଲି ରାହୁଳ ଟୁଇଟ୍‌ କରିଛନ୍ତି।

ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନ ପୂର୍ବରୁ କଂଗ୍ରେସ ମୁଖ୍ୟଙ୍କର ଟୁଇଟ୍‌ ଆସିଛି। ଏହି ଅଧିବେଶନରେ ଉକ୍ତ ବିବାଦୀୟ ବିଲ୍‌ ଆଗତ କରାଯିବ।

ଏହାକୁ ବିରୋଧ କରିବେ ବୋଲି ଗତକାଲି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଘୋଷଣା କରିଥିଲେ। ଆର୍‌ଟିଆଇ ଆକ୍ଟ୍‌ରେ କେନ୍ଦ୍ର ସରକାରଙ୍କ ଯେ କୌଣସି ପରିବର୍ତ୍ତନ ଉଦ୍ୟମ ବିରୋଧରେ ଲଢ଼ିବା ପାଇଁ ସେମାନେ ଦୃଢ଼ପରିକର ବୋଲି ସେମାନେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe