Image Courtesy of India Today
ଡେରାଡୁନ୍: ଉତ୍ତରାଖଣ୍ଡ କ୍ୟାବିନେଟ୍ ଏବଂ ‘ବିଜେପି’ରୁ ବହିଷ୍କୃତ ହୋଇଥିବା ମନ୍ତ୍ରୀ ତଥା କୋଟଦ୍ବାର ବିଧାୟକ ହରକ୍ ସିଂହ ରାୱତ୍ ଆଜି କଂଗ୍ରେସରେ ଯୋଗ ଦେଇପାରନ୍ତି।
ଦଳବିରୋଧୀ କର୍ଯ୍ୟକଳାପ ଯୋଗୁଁ ତାଙ୍କୁ ୬ ବର୍ଷ ପାଇଁ ‘ବିଜେପି’ରୁ ବହିଷ୍କାର କରାଯାଇଛି। ଏହାଛଡ଼ା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ତାଙ୍କୁ ରାଜ୍ୟ କ୍ୟାବିନେଟ୍ରୁ ବହିଷ୍କାର କରିଥିବା କଥା ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।
Image Courtesy of Zee Newsଆଜି ମଧ୍ୟାହ୍ନ ୧୨ଟାରେ ହରକ୍ ସିଂହ ରାୱତ୍ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍, ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ଗଣେଶ ଗୋଦିୟାଲ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି। ସ୍ମରଣଯୋଗ୍ୟ, କଂଗ୍ରେସ ନେତା ହରିଶ ରାୱତ୍ଙ୍କ ବିରୋଧରେ ବିଦ୍ରୋହ କରିଥିବା ୧୦ଜଣ ବିଧାୟକଙ୍କ ମଧ୍ୟରୁ ଜଣେ ଥିଲେ ହରକ୍ ସିଂହ ରାୱତ୍। ୨୦୧୬ରେ ସେ ‘ବିଜେପି’ରେ ଯୋଗ ଦେଇଥିଲେ। ହରକ୍ ସିଂହ ରାୱତ୍ଙ୍କ ସହ ଆଉ ଦୁଇଜଣ ‘ବିଜେପି’ ବିଧାୟକ ମଧ୍ୟ କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି।
କଂଗ୍ରେସରେ ଯୋଗ ଦେବା ପାଇଁ ବୋହୂ ଅନୁକୃତି ଗୁସୈନ୍ଙ୍କ ସହ ହରକ୍ ସିଂହ ରାୱତ୍ ଦିଲ୍ଲୀ ଅଭିମୁଖେ ବାହାରି ସାରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି। ତାଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି, ବୋହୂଙ୍କୁ ଟିକେଟ୍ ନ ମିଳିବାରୁ ହରକ୍ ରାଗିଛନ୍ତି। ତେଣୁ, ତାଙ୍କ ବୋହୂ ମଧ୍ୟ କଂଗ୍ରେସରେ ଯୋଗ ଦେଇପାରନ୍ତି।
Follow Us