ଆମ ଓଡ଼ିଶାରେ ସାମିଲ ହେଲେ ୫୦୦ ବିଜେଡ଼ି କର୍ମୀ

Advertisment
ଆମ ଓଡ଼ିଶାରେ ସାମିଲ ହେଲେ ୫୦୦ ବିଜେଡ଼ି କର୍ମୀ

ଖଣ୍ଡପଡ଼ା: ଦୀର୍ଘ ୧୭ ବର୍ଷର ଶାସନରେ ଅସନ୍ତୁଷ୍ଟ ଥିବା ବିଜୁ ଜନତା ଦଳର ପ୍ରାୟ ୫୦୦ କର୍ମୀ ମଙ୍ଗଳବାର ଆମ ଓଡ଼ିଶା ପାର୍ଟିରେ ସାମିଲ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପଥରଚକଡ଼ାସ୍ଥିତ ନାରାୟଣୀ ପୀଠରେ ‘ଆମ ଓଡ଼ିଶା’ର ମହାମିଳନ ପର୍ବ ଅବସରରେ ବିଶାଳ ଯୁବ ଗୋଷ୍ଠୀ ଓ ପଞ୍ଚାୟତ ନେତୃବୃନ୍ଦ ଆମ ଓଡ଼ିଶାରେ ସାମିଲ ହୋଇଛନ୍ତି। ବିଜୁ ଛାତ୍ର ଜନତା ଦଳର ସଭାପତି ମନୋରଞ୍ଜନ ବେହେରାଙ୍କ ନେତୃତ୍ୱରେ ୨୦୦ ସମର୍ଥକ ଓ ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡ଼ା ଗ୍ରାମପଞ୍ଚାୟତରୁ ୫୦୦ରୁ ଅଧିକ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ବ୍ରଜବନ୍ଧୁ ଯୁବକ ସଂଘର ଶତାଧିକ କର୍ମୀ ଆମ ଓଡ଼ିଶାରେ ମିଶିଛନ୍ତି।

publive-image

ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କର୍ମୀମାନେ ଦଳରେ ସାମିଲ ହୋଇଥିଲେ। ମନୋରଞ୍ଜନଙ୍କ ନେତୃତ୍ୱରେ କଣ୍ଟିଲୋ ଯାତ୍ରା ପଡ଼ିଆ ଠାରୁ ପଥରଚକଡ଼ା ପର୍ଯ୍ୟନ୍ତ ଏକ ମୋଟରସାଇକେଲ ଶୋଭାଯାତ୍ରାର ଆୟୋଜନ ହୋଇଥିଲା। ଶୋଭାଯାତ୍ରାରେ ୨୦୦ରୁ ମୋଟରସାଇକେଲ ସାମିଲ ଥିଲେ। ଉତ୍ସାହିତ ଯୁବକମାନେ ଓ କ୍ଲବ ପିଲାମାନେ ଦଳର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଞ୍ଜନଙ୍କୁ ସ୍ୱାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe