ବିଦେଶୀ ରକ୍ତ ଯୋଗୁଁ ରାହୁଲ ଗାନ୍ଧୀ ଭାରତର ନେତୃତ୍ୱ ନେଇ ପାରିବେ ନାହିଁ- ବିଏସପି

Advertisment
ବିଦେଶୀ ରକ୍ତ ଯୋଗୁଁ ରାହୁଲ ଗାନ୍ଧୀ ଭାରତର ନେତୃତ୍ୱ ନେଇ ପାରିବେ ନାହିଁ- ବିଏସପି

ଲକ୍ଷ୍ନୋ: ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଅଟକାଇବା ପାଇଁ କଂଗ୍ରେସ ମହାମେଣ୍ଟ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଲାଗିଛି। ଏଥିପାଇଁ ଉତ୍ତରପ୍ରଦେଶରେ ବେଶ୍‌ ଶକ୍ତିଶାଳୀ ଥିବା ବହୁଜନ ସମାଜପାର୍ଟି ସହିତ କଂଗ୍ରେସ ମେଣ୍ଟ ପାଇଁ ମଧ୍ୟ ଆଗ୍ରହୀ। ତେବେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦଶରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ବିଏସପି- କଂଗ୍ରେସ ମେଣ୍ଟ ଓ ଆସନ ବୁଝାମଣା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବହୁଜନ ସମାଜ ପାର୍ଟିର ଜାତୀୟ ଉପସଭାପତି ଜୟପ୍ରକାଶ ସିଂହଙ୍କ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ବୟାନ ଦୁଇ ଦଳର ସମ୍ପର୍କ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ଲକ୍ଷ୍ନୋ ଠାରେ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ବାପା ରାଜୀବ ଗାନ୍ଧୀଙ୍କ ପରି ହୋଇ ପାରିବେ ନାହିଁ ।ରାହୁଲ ତାଙ୍କ ମା ସୋନିଆ ଗାନ୍ଧୀ( ଯିିଏ ମୂଳତଃ ଜଣେ ବିଦେଶିନୀ)ଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ତେଣୁ ତାଙ୍କ ଦେହରେ ପ୍ରବାହିତ ବିଦେଶୀ ରକ୍ତ ଯୋଗୁଁ ସେ ରାଜନୀତିରେ ସଫଳ ହୋଇ ପାରିବେ ନାହିଁ କିମ୍ବା ଭାରତର ନେତୃତ୍ୱ ନେଇ ପାରିବେ ନାହିଁ ବୋଲି ଅତି କଡ଼ାଭାଷାରେ ଶ୍ରୀ ସିଂହ କହିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ସିଂହ ଭାରତୀୟ ଜନତା ପାର୍ଟିର ହିନ୍ଦୁତ୍ୱବାଦୀ ଚିନ୍ତାଧାରାକୁ ମଧ୍ୟ ସମାଲୋଚନା କରିଛନ୍ତି। କହିଛନ୍ତି କ୍ଷମତା ମନ୍ଦିର , ବ୍ୟବସାୟ, ଫାର୍ମ, ଚାକିରିରେ ନାହିଁ। କେବଳ ରାଜନୀତିରେ ହିଁ କ୍ଷମତା ରହିଛି। ଯଦି ମନ୍ଦିରରେ କ୍ଷମତା ଥାଆନ୍ତା ତେବେ ଗୋରଖପୁରର ମଠ ଛାଡ଼ି ଆଦିତ୍ୟନାଥ ଯୋଗୀ ଲକ୍ଷ୍ନୋ ଆସି ନ ଥାନ୍ତେ। ଉମାଭାରତୀ. ସ୍ୱାମୀ ଚିିନ୍ମୟନନ୍ଦ, ସ୍ୱାମୀ ଅଗ୍ନିବେଶ ପ୍ରମୁଖ ମନ୍ଦିର ଛାଡ଼ି ଆଜି ରାଜନୈତିକ କ୍ଷମତା ଉପଭୋଗ ପାଇଁ ସାଂସଦ, ବିଧାୟକ ହୋଇଛନ୍ତି। ଆଉ ଆମକୁ ମନ୍ଦିର ଯାଇ ଘଣ୍ଟି ବଜାଇବାକୁ କହୁଛନ୍ତି। ଆମେ ଆଉ ମନ୍ଦିରରେ ନୁହେଁ, ଲୋକସଭା, ବିଧାନସଭା ଓ ବିଦ୍ୟାଳୟ ବ୍ୟତୀତ ଅନ୍ୟ କେଉଁଠି ଘଣ୍ଟି ବଜାଇବା ନାହଁ ବୋଲି ଶ୍ରୀ ସିଂହ ଦଳୀୟ କର୍ମୀମାନଙ୍କୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe