ଗତକାଲି ବିଜେଡି ଛାଡିଥିଲେ, ଆଜି ଜେଏମ୍‌ଏମ୍‌ରେ ମିଶିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ

ଗତକାଲି ବିଜେଡି ଛାଡିଥିଲେ, ଆଜି ଜେଏମ୍‌ଏମ୍‌ରେ ମିଶିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ

ବାରିପଦା: ମୟୁରଭଞ୍ଜର ଅନ୍ୟତମ ଟାଣୁଆ ଓ ବରିଷ୍ଠ ନେତା ଲକ୍ଷ୍ମଣ ଟୁଡୁ ରବିବାର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ରେ ମିଶିଛନ୍ତି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଅନୁଷ୍ଠିତ ଜେଏମ୍‌ଏମ୍‌ କେନ୍ଦ୍ରୀୟ କମିଟିର ବୈଠକରେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ସାମିଲ ହୋଇଛନ୍ତି। ଜେଏମ୍‌ଏମ୍‌ରେ ସାମିଲ ହେବା ସମୟରେ ଦଳର ସୁପ୍ରିମୋ ଶିବୁ ସୋରେନ୍‌ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଶନିବାର ବିଜୁ ଜନତା ଦଳ ଛାଡିଥିଲେ। ସେ ତାଙ୍କ ଇସ୍ତଫା ପତ୍ରକୁ ଡାକଯୋଗେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ। ଲକ୍ଷ୍ମଣ ଟୁଡୁ ମୟୁରଭଞ୍ଜ ଜିଲ୍ଲା ବିଜେଡିର ୩ ଥର ସଭାପତି ହୋଇଥିଲେ।

ପୂର୍ବତନ ସାଂସଦ ଟୁଡୁ କହିଥିଲେ, ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିଲା। ବିଜେଡି ଏକ କର୍ପୋରେଟ ହାଉସରେ ପରିଣତ ହୋଇଯାଇଛି। ବିଜୁବାବୁଙ୍କ ଆଦର୍ଶରେ ଗଠିତ ହୋଇଥିବା ବିଜେଡି ଆଉ ପୂର୍ବ ସ୍ଥିତିରେ ନାହିଁ। କର୍ମୀମାନଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। ଦଳ ଛାଡିବା ପୂର୍ବରୁ ସେ ଏଭଳି ଅଭିଯୋଗ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe