ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୩୦ ଜଣ ଷ୍ଟାର୍‌ ପ୍ରଚାରକଙ୍କ ମଧ୍ୟରେ ଅଛନ୍ତି ଗାନ୍ଧୀ ପରିବାର ଓ ଅଭିନେତା ଶତ୍ରୁଘ୍ନ ସିହ୍ନା

ଦିଲ୍ଲୀରେ ଚାଲିଛି ‘ପିଜେପି’ର ନିର୍ବାଚନ ରଣନୀତି ବୈଠକ

ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୩୦ ଜଣ ଷ୍ଟାର୍‌ ପ୍ରଚାରକଙ୍କ ମଧ୍ୟରେ ଅଛନ୍ତି ଗାନ୍ଧୀ ପରିବାର ଓ ଅଭିନେତା ଶତ୍ରୁଘ୍ନ ସିହ୍ନା

Image Courtesy of Hindustan Times

ନୂଆଦିଲ୍ଲୀ: ଅକ୍ଟୋବର ୨୮ ତାରିଖ ଦିନ ହେବାକୁ ଥିବା ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି କଂଗ୍ରେସ ପାର୍ଟିର ୩୦ଜଣ ତାରକା ପ୍ରଚାରକଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ୍‌ ଗାନ୍ଧୀ ଏବଂ ଉତ୍ତରପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା।

ଏମାନଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ଦଳର ବରିଷ୍ଠ ନେତା ଗୁଲାମ ନବି ଆଜାଦ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ରାଜ୍ୟ ଦଳ ନେତା ସଚିନ ପାଇଲଟ୍‌ ମଧ୍ୟ ଏହି ତାରକା ପ୍ରଚାରକ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସିଂହ ସୁର୍‌ଜେୱାଲା, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବୁପେଶ ବାଘେଲ, କିର୍ତ୍ତି ଆଜାଦ, ତରିକ ଅନ୍‌ୱାର୍, ସଞ୍ଜୟ ନିରୁପମ ଏବଂ ରାଜ ବାବରଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି।

publive-image Image Courtesy of News18

ଅନ୍ୟ ପ୍ରଚାରକମାନଙ୍କ ମଧ୍ୟରେ ଅଛନ୍ତି ମୀରା କୁମାର, ଶକ୍ତିସିଂ ଗୋହଲି, ମଦନମୋହନ ଝା, ସଦାନନ୍ଦ ସିଂହ, ଶକିଲ୍ ଅହମଦ, ନିଖିଳ କୁମାର, ପ୍ରମୋଦ ତିୱାରି, ମହମ୍ମଦ ଜାୱେଦ୍, ଅଖିଳେଶ ପ୍ରସାଦ ସିଂହ, ଉଦିତ ରାଜ, ଇମ୍ରାନ୍ ପ୍ରତାପଗଡ଼ି, ପ୍ରେମ୍‌ ଚାନ୍ଦ ମିଶ୍ର, ଅନୀଲ ଶର୍ମା, ଅଜୟ କପୁର ଏବଂ ବୀରେନ୍ଦ୍ର ସିଂହ ରାଠୋର।

ଅନ୍ୟପଟେ, ପୂର୍ବାଞ୍ଚଳ ରାଜ୍ୟର ଆଗାମୀ ନିର୍ବାଚନ ନିମନ୍ତେ ରଣକୌଶଳ ଓ ପ୍ରାର୍ଥୀ ଆଲୋଚନା ଯୋଜନା କରିବା ଲାଗି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପି ନେତାମାନଙ୍କର ଏ ନିର୍ବାଚନୀ ସଭା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe