Image Courtesy of India Today
ନୂଆଦିଲ୍ଲୀ: ଦଳର ଅଭ୍ୟନ୍ତରୀଣ ବ୍ୟବସ୍ଥାକୁ ପୂର୍ଣ୍ଣରୂପେ ଯାଞ୍ଚ କରିବାକୁ ଅନୁରୋଧ କରି ଦଳୀୟ ସହଯୋଗୀମାନେ ଲେଖିଥିବା ଏକ ପତ୍ରର ଉତ୍ତର ସୋନିଆ ଗାନ୍ଧୀ ଦେଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ପତ୍ରରେ ସେ କୁଆଡ଼େ ଲେଖିଛନ୍ତି, ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଭାବେ ମୁଁ ବର୍ଷେ ପୂରଣ କରିସାରିଲିଣି। ଏବେ ମୁଁ ଦଳର ଅଧ୍ୟକ୍ଷା ପଦବୀ ଛାଡ଼ିବାକୁ ଚାହୁଁଛି। ଦଳ ଜଣେ ନୂଆ ଅଧ୍ୟକ୍ଷ ଚୟନ କରୁ।
ସୋମବାର ଦିନ କଂଗ୍ରେସ ୱାର୍କିଙ୍ଗ୍ କମିଟିର ବୈଠକ ବସିବ। ଜଣାପଡ଼ିଛି ଯେ, କଂଗ୍ରେସ ନେତାମାନେ ପତ୍ରରେ ଦର୍ଶାଇ ଥିବା ସାଙ୍ଗଠନିକ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କରିବାକୁ ଏହି ବୈଠକ ଡକାଯାଇଛି। ଆଶା କରାଯାଉଛି, ଅଧ୍ୟକ୍ଷ ପଦ ଛାଡ଼ିବେ ବୋଲି ସୋନିଆ ପୁଣି ଥରେ ଏହି ବୈଠକରେ କହିବା ସହ ନୂଆ ଅଧ୍ୟକ୍ଷ ବାଛିବାକୁ ସଦସ୍ୟମାନଙ୍କୁ କହିବେ।
Image Courtesy of Hindustan Timesସୋନିଆ ଗାନ୍ଧୀ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ପଦରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମିଳୁଥିବା ରିପୋର୍ଟ ସଂକ୍ରାନ୍ତରେ ‘ଅଲ୍ ଇଣ୍ଡିଆ କଂଗ୍ରେସ୍ କମିଟି’ ମୁଖ୍ୟ ରଣଦୀପ ସିଂହ ସୂରଜୱାଲା କହନ୍ତି ଯେ, କୌଣସି ନେତାଙ୍କୁ ଏ କଥା ଶ୍ରୀମତୀ ଗାନ୍ଧୀ କହିନାହାନ୍ତି, କି, କାହାରିକୁ ପତ୍ର ଲେଖି ନାହାନ୍ତି, ଆମେ ଏ କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛୁ।
ଅନ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ଗତ କିଛି ଦିନ ତଳେ କୁଆଡ଼େ ଏ ସଂକ୍ରାନ୍ତରେ ରାଜ୍ୟସଭାର ବିରୋଧୀ ନେତା ଗୁଲାମ ନବି ଆଜାଦଙ୍କୁ ସୋନିଆ ଟେଲିଫୋନ୍ କରି କହିଥିଲେ।
Follow Us