ମହିଳା ଓ ଗରିବମାନେ ସେମାନଙ୍କର ଅଧିକାର ପାଇ ପାରୁ ନାହାନ୍ତି: ପୃଥ୍ଵୀରାଜ

ମହିଳା ଓ ଗରିବମାନେ ସେମାନଙ୍କର ଅଧିକାର ପାଇ ପାରୁ ନାହାନ୍ତି: ପୃଥ୍ଵୀରାଜ

ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ବହୁ ଦିନ ଧରି ଓଡ଼ିଶାରେ ଶାସନ କରିବା ପରେ ମଧ୍ୟ ଲୋକଙ୍କର ସାମାନ୍ୟ ଅସୁବିଧାକୁ ସମାଧାନ କରିପାରି ନାହାନ୍ତି। ରାଜ୍ୟର ଜନତା ପ୍ରବଞ୍ଚନାର ଶିକାର ହେଉଛନ୍ତି। ରାଜନୈତିକ ଛତ୍ରଛାୟା ତଳେ ଅଧିକାରୀମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହୁଛନ୍ତି। ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ମିଛ କଥା କହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି।

ରାଜ୍ୟ ଚାଉଲରେ ମିଳୁଥିବା ଟଙ୍କା ପ୍ରତି ପରିବାରକୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାସଫର ହିସାବରେ ଦିଆଯାଉ ବୋଲି ପୃଥ୍ଵୀରାଜ କହିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ପଣ୍ଡିଚେରୀ ଓ ଚଣ୍ଡିଗଡ଼ ସରକାର ଏଭଳି ପ୍ରସ୍ତାବକୁ ଲାଗୁ କରିବାକୁ ଚିନ୍ତା କରୁଥିବା ବେଳେ, ରାଜ୍ୟ ସରକାର ମଧ୍ୟ ଏ ଉପରେ ଚିନ୍ତା କରିବା ଦରକାର ବୋଲି ହରିଚନ୍ଦନ କହିଛନ୍ତି।

ଭାଜପାର ବରିଷ୍ଠ ନେତା କହିଛନ୍ତି, ଯୁବକ, ମହିଳା ଓ ଗରିବମାନେ ସେମାନଙ୍କର ଅଧିକାର ପାଇ ପାରୁ ନାହାନ୍ତି। ଏହାର ପ୍ରତିବାଦରେ ଆଗାମୀ ୧୨ରୁ ୧୮ ପର୍ଯ୍ୟନ୍ତ ପ୍ରତି ବୁଥ୍‌ ଓ ମଣ୍ଡଳରେ ଆନ୍ଦୋଳନ କରାଯିବ। ଆନ୍ଦୋଳନରେ କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରାଯାଇ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe