ଗୁଜରାଟ ନିର୍ବାଚନ: ୪୦ ଆସନରେ ଏକାକୀ ଲଢ଼ିବ ଶିବସେନା

Advertisment
ଗୁଜରାଟ ନିର୍ବାଚନ: ୪୦ ଆସନରେ ଏକାକୀ ଲଢ଼ିବ ଶିବସେନା

ଅହମଦାବାଦ: ଆସନ୍ତା ଡିସେମ୍ବର ସାସରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ଶିବସେନା ଦଳ ନିଜର ଅସ୍ଥିତ୍ୱ ଜାହିର କରିବାକୁ ଇଚ୍ଛା କରିଛି। ଗୁଜରାଟ ରାଜନୀତିରେ ପ୍ରଥମ ଥର ପାଇଁ ପ୍ରବେଶ କରିବାକୁ ଚାହୁଥିବା ଶିବସେନା ଏକାକୀ ୪୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ବିଚାର କରୁଥିବା ଜଣାଯାଇଛି। ମୁଖ୍ୟତଃ ଗୁଜରାଟର ମରାଠୀ ଭାଷୀ ଅଞ୍ଚଳର ଭୋଟରଙ୍କୁ ଦଳ ଟାର୍ଗେଟ୍‌ କରିବ ବୋଲି କୁହାଯାଉଛି।

ସମ୍ପ୍ରତି ମହାରାଷ୍ଟ୍ରରେ ବିଜେପି ସହ ମେଣ୍ଟ ସରକାରରେ ଥିବା ଶିବସେନା ଦିନକୁ ଦିନ ଭାଷଣରେ ବିଜେପି ବିରୋଧୀ ହୋଇ ଚାଲିଥିବା ଲକ୍ଷ୍ୟ କରାଯାଇଛି। ତେବେ ମହାରାଷ୍ଟ୍ରରେ ଉଲ୍ଲେଖନୀୟ ପ୍ରଭାବ ଥିବା ଏହି ଦଳ ଗୁଜରାଟର ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଭାଗରେ ରହୁଥିବା ସଂଖ୍ୟାବହୁଳ ମରାଠୀ ଭାଷୀଙ୍କୁ ହାତେଇବା ଲାଗି ଆଶା ବାନ୍ଧିଛି। ଏଥି ସହିତ ଉଗ୍ର ହିନ୍ଦୁତ୍ୱବାଦ ଉପରେ ଭରସା ରଖୁଥିବା ସୁରାଟ ଓ ରାଜକୋଟର ଲୋକଙ୍କୁ ମଧ୍ୟ ଶିବସେନା ଟାର୍ଗେଟ୍‌ କରିବ ବୋଲି ଦଳର ଗୁଜରାଟ ସଂଯୋଜକ ତଥା ବରିଷ୍ଠ କର୍ପୋରେଟର ରାଜୁଲ୍‌ ପଟେଲ କହିଛନ୍ତି। ଏଥିପାଇଁ ଆବଶ୍ୟ ରଣନୀତି ଚାଲୁ ରହିଛି ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ମୁଖ୍ୟ ଉଦ୍ଧବ ଠାକ୍‌ରେ ନେବେ ବୋଲି ରାଜୁଲ୍‌ କହିଛନ୍ତି। ବିଜେପି ଦୁର୍ଗରେ ଶିବସେନାର ଏହି ଦୁଃସାହସିକ ଅନୁପ୍ରବେଶ ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe