ଗୁଜରାଟ ନିର୍ବାଚନ :କଂଗ୍ରେସ ସହ ମେଣ୍ଟ କରିବ ଏନ୍‌ସିପି

Advertisment
ଗୁଜରାଟ ନିର୍ବାଚନ :କଂଗ୍ରେସ ସହ ମେଣ୍ଟ କରିବ ଏନ୍‌ସିପି

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଶରତ ପାଓ୍ଵାରଙ୍କ ଏନ୍‌ସିପି ପ୍ରତିଦ୍ୱନ୍ଦ୍ୱିତା କରିବ। ତେବେ ଦଳ କଂଗ୍ରେସ ସହ ମେଣ୍ଟ କରି ବିଜେପି ବିରୋଧରେ ଲଢ଼ିବ ବୋଲି ଏନ୍‌ସିପି ମହାସଚିବ ତାରିକ୍‌ ଅନଓ୍ଵାର ଆଜି ଘୋଷଣା କରିଛନ୍ତି। ରାଜ୍ୟରେ ୨୨ ବର୍ଷର ବିଜେପି ଶାସନକୁ ବିତାଡ଼ିତ କରିିିବା ପାଇଁ ତାଙ୍କ ଦଳ କଂଗ୍ରେସକୁ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଅନଓ୍ଵାର କହିଛନ୍ତି। ଦୀର୍ଘଦିନର ବିଜେପି ଶାସନରେ ବୀତସ୍ପୃହ ଗୁଜରାଟବାସୀ ଆଗାମୀ ନିର୍ବାଚନରେ ଠିକଣା ଜବାବ ଦବେ ବୋଲି ସେ ଆଶାବାଦୀ ଅଛନ୍ତି। ତେବେ କଂଗ୍ରେସ ସହ ତାଙ୍କ ଦଳ ମେଣ୍ଟର ରୂପରେଖ ସମ୍ପର୍କରେ ସେ ସ୍ପଷ୍ଟ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe