ଗୁଜରାଟ ନିର୍ବାଚନ :ବିଜେପି ଛାଡ଼ିଲା ଆଉ ୨୮ ଜଣଙ୍କ ତାଲିକା

୩ ମନ୍ତ୍ରୀ ସମେତ ୧୫ ବିଧାୟକ ବାଦ୍‌ ପଡ଼ିଲେ

ଗୁଜରାଟ ନିର୍ବାଚନ :ବିଜେପି ଛାଡ଼ିଲା ଆଉ ୨୮ ଜଣଙ୍କ ତାଲିକା

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ତା’ର ତୃତୀୟ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିଛି। ଏଥିରେ ୨୮ଟି ନାଁ ଉଲ୍ଲେଖ ଥିବା ବେଳେ ୩ ଜଣ ମନ୍ତ୍ରୀ ସମେତ ବର୍ତ୍ତମାନର ୧୫ ଜଣ ବିଧାୟକଙ୍କୁ ସେମାନଙ୍କ ଆସନରୁ ଟିକେଟ ପାଇବାରୁ ବଞ୍ଚିତ କରାଯାଇଛି। ବିଜେପି ଆଜି ଘୋଷିତ କରିଥିବା ୨୮ଟି ଯାକ ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ(ଡିସେମ୍ବର ୯) ହେବ ବୋଲି ଜଣାଯାଇଛି। ସେହିପରି ଆଜି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ପୂର୍ବ ରାଜକୋଟ ଆସନରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି।

ଟିକେଟ୍‌ରୁ ବାଦ୍‌ ପଡ଼ିଥିବା ବିଧାୟକଙ୍କ ମଧ୍ୟରେ ସୁରାଟର ଉଧନା ଆସନ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ନେତା ତଥା ପ୍ରାକ୍ତନ କ୍ୟାବିନେଟ ମନ୍ତ୍ରୀ ନରୋତ୍ତମ ପଟେଲ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା କରିନଥିବା କହିଛନ୍ତି। ତେବେ ୭୫ ବର୍ଷରୁ ବୟସ୍କ ନେତାମାନେ ପ୍ରତିଦ୍ୱନ୍ଦ୍ୱିତା ନକରିବା ପାଇଁ ରହିଥିବା ଦଳର ଅଲିଖିତ କଟକଣାକୁ ସମସ୍ତେ ମାନିଥିବା କୁହାଯାଉଛି। ଆଜିର ତାଲିକାରେ ସ୍ଥାନପାଇଥିବା ପ୍ରମୁଖ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାଜ୍ୟ ବିଜେପିର ପ୍ରାକ୍ତନ ସଭାପତି ଆର୍‌ସି ଫାଲଦୁ, ବାଚସ୍ପତି ରମଣଲାଲ ଭୋରା ଏବଂ ପୂର୍ବତନ ମନ୍ତ୍ରୀ ଗୋବିନ୍ଦ ପଟେଲଙ୍କ ନାମ ରହିଛି। ସବୁଠୁ ଆଶ୍ଚର୍ଯ୍ୟର କଥା, ପଟିଦାର ନେତାମାନଙ୍କୁ ଧରି ବିରୋଧୀ କଂଗ୍ରେସ ଅଧିକ ଭୋଟ ହାତେଇବାକୁ ଆଶା ରଖିଥିବା ବେଳେ ବିଜେପି ଏହାର ସଦ୍ୟ ପ୍ରକାଶିତ ତାଲିକାରେ ବାଦ୍‌ ଦେଇଥିବା ତିନି ଜଣ ଯାକ ମନ୍ତ୍ରୀ(ନାନୁ ବଣାଣି, ଜୟନ୍ତୀ କାୱାଡ଼ିଆ ଏବଂ ବଲ୍ଲଭ ବାଗସିଆ) ପଟିଦାର ସମ୍ପ୍ରଦାୟର ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe