ଅଧିକ କ୍ଲିପ୍‌ ପ୍ରଘଟ: ବିଜେପିକୁ ନିନ୍ଦା କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଲେ ହାର୍ଦ୍ଦିକ ପଟେଲ

ଅଧିକ କ୍ଲିପ୍‌ ପ୍ରଘଟ: ବିଜେପିକୁ ନିନ୍ଦା କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଲେ ହାର୍ଦ୍ଦିକ ପଟେଲ

Image Courtesy of TOI

ଅହମଦାବାଦ: ପଟିଦାର ଅନାମତ ଆନ୍ଦୋଳନ ସମିତି (ପାସ୍‌)ର ଆବାହକ ହାର୍ଦ୍ଦିକ ପଟେଲ୍‌ ବୋଲି କୁହାଯାଉଥିବା ଏବଂ ତାଙ୍କ ସହଯୋଗୀମାନେ ମଦ୍ୟପାନ କରି ଜଣେ ନାରୀଙ୍କ ସହ ସମୟକାଟୁ ଥିବା ଦୃଶ୍ୟ ସମ୍ବଳିତ ୪ଟି ଅନ୍ତରଙ୍ଗ ଭିଡିଓ କ୍ଲିପ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଚାରିଟି କ୍ଲିପ୍‌ରୁ ବିବାଦୀୟ ହୋଇଥିବା ଗୋଟିଏ ନିର୍ଦ୍ଦିଷ୍ଟ କ୍ଲିପ୍‌ରେ ଦେଖାଯାଉଛି- କ୍ୱୋଟା ଆନ୍ଦୋଳନରେ ମାତି ପୁଲିସ ଗୁଳିରେ ସହିଦ ହୋଇଥିବା ପଟିଦାରମାନଙ୍କ ପ୍ରତି ସରକାରଙ୍କ ଉଦାସୀନତାକୁ ପ୍ରତିବାଦ ଜଣାଇ ଲଣ୍ଡିତ ହେବା ପରେ ପଟିଦାର ଯୁବନେତାମାନେ ସୁରା ଓ ସାକିରେ ମାତିଛନ୍ତି। ମେ ୨୧ ତାରିଖ ଦିନ ବୋଟାଡ୍‌ରେ ହାର୍ଦ୍ଦିକଙ୍କ ସମେତ ୫୧ଜଣ ପଟିଦାର ଲଣ୍ଡା ହୋଇଥିଲେ।

publive-image Image Courtesy of TOI

ସେ ଭିଡିଓ କ୍ଲିପ୍‌ଗୁଡ଼ିକର ସତ୍ୟତା ଏ ପର୍ଯ୍ୟନ୍ତ ଯାଞ୍ଚ କରାଯାଇ ନାହିଁ। ବର୍ଦ୍ଧିଷ୍ଣୁ ସମାଲୋଚନାର ସରବ୍ୟ ହେଉଥିବା ହାର୍ଦ୍ଦିକ ତାଙ୍କ ଗୋପନୀୟତା ଉଲ୍ଲଂଘନ କରିଛି ବୋଲି ବିଜେପିକୁ ନିନ୍ଦା କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଧମକ ଦେଇଛନ୍ତି। ‘ବିଜେପି ଲୋକେ ଅନ୍ୟମାନଙ୍କର ବ୍ୟକ୍ତିଗତ ଜୀବନକୁ ଗୋପନରେ ଦେଖିବାକୁ ସୁଖ ପାଆନ୍ତି। ତାଙ୍କ ୨୨ ବର୍ଷିୟ ‘ବିକାଶ’ (ଉନ୍ନତିମୂଳକ ଯୋଜନା) ପଦାରେ ପଡ଼ିଥିବାରୁ ସେମାନେ ଜଣେ ୨୩ ବର୍ଷିୟ ଟୋକାକୁ ଅପଦସ୍ତ କରିବାକୁ ଉଦ୍ୟମ କରୁଛନ୍ତି। ମୁଁ ମୋ ଓକିଲଙ୍କ ସହ ପରାମର୍ଶ କରି ଖୁବ୍‌ ଶୀଘ୍ର ସେ ସେକ୍ସ୍‍ ସିଡି ପ୍ରସ୍ତୁତିକାରୀଙ୍କ ବିରୋଧରେ ଅଭିଯୋଗ ଦାଏର କରିବି।

ସେ ଜୋର୍‌ ଦେଇ କହିଥିଲେ ଯେ ଚରିତ୍ର ସଂହାର ପଟିଦାର ଆନ୍ଦୋଳନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ। ‘ମୁଁ ବାଜେ ଲୋକ ହେଲେ ବି କ୍ୱୋଟା ପାଇଁ ଆମ ଦାବି ଉପରେ ଏହାର କୌଣସି ସମ୍ପର୍କ ନାହିଁ।’

ହାର୍ଦ୍ଦିକଙ୍କୁ ଗୁଜୁରାରାଟର ଯୁବ ଦଳିତ ନେତା ଜିଗ୍ନେଶ ମେଓ୍ଵାନି ସମର୍ଥନ କରିଛନ୍ତି। ‘ପ୍ରିୟ ହାର୍ଦ୍ଦିକ ପଟେଲ୍‌, ଚିନ୍ତା କରନାହିଁ। ମୁଁ ତୁମ ସାଙ୍ଗରେ ଅଛି। ସଂସର୍ଗ କରିବା ଏକ ମୌଳିକ ଅଧିକାର। ତୁମର ଗୋପନୀୟତା ଉଲ୍ଲଂଘନ କରିବା ନିମନ୍ତେ କାହାରି ଅଧିକାର ନାହିଁ’ ବୋଲି ମେଓ୍ଵାନି ଟୁଇଟ୍‌ କରିଛନ୍ତି।

ଇତିମଧ୍ୟରେ ସମାଲୋଚକ ସାଜିଥିବା ହାର୍ଦ୍ଦିକଙ୍କର ପୂର୍ବତନ ସହଯୋଗୀ ଚିରାଗ ପଟେଲ୍‌ କହିଛନ୍ତି ଏହି ପ୍ରଘଟନ କ୍ୱୋଟା ଲଢ଼େଇ ପାଇଁ ସମ୍ପ୍ରଦାୟର ବିଶ୍ୱାସ ହରାଇବ।

ପଟିଦାର ସମ୍ପ୍ରଦାୟରେ ରହିବାକୁ ଆଉ ଦାର୍ଦ୍ଦିକଙ୍କୁ ସ୍ୱାଗତ କରାଯିବ ନାହିଁ। ତାଙ୍କ ରାଲିରୁ ମହିଳାମାନେ ଦୂରେଇ ଯିବେ। ଏହା ବିଜେପି ଦ୍ୱାରା କଳ୍ପିତ ଯୋଜନା ବୋଲି ହାର୍ଦ୍ଦିକ କହିଲେ ମଧ୍ୟ ସମ୍ପ୍ରଦାୟକୁ ପ୍ରଭାବିତ କରି ପାରିବେ ନାହିଁ ବୋଲି ଚିରାଗ କହିଛନ୍ତି।

publive-image Illustration Courtesy of OneIndia Hindi

ହାର୍ଦ୍ଦିକଙ୍କର ଅନ୍ୟ ଜଣେ ଘନିଷ୍ଠ ସଯୋଗୀ କହିଛନ୍ତି: ସେକ୍ସ ଟେପ୍‌ରେ ହାର୍ଦ୍ଦିକ ସ୍ପଷ୍ଟ ଦିଶୁଛନ୍ତି। ସେ ଆନ୍ଦୋଳନରୁ ଓହରି ଯିବା ଉଚିତ।
ସେ ନିଜର ପ୍ରମାଦ ସ୍ୱୀକାର କରି କ୍ୱୋଟା ଆନ୍ଦୋଳନ ପରିତ୍ୟାଗ କରିବା ଉଚିତ। ଏ ଭଳି ଘୃଣ୍ୟ କର୍ମକୁ ସମ୍ପ୍ରଦାୟ ବରଦାସ୍ତ କରିବ ନାହିଁ ବୋଲି କେତନ କହିଛନ୍ତି।

ଇତିମଧ୍ୟରେ କଂଗ୍ରେସ ହାର୍ଦ୍ଦିକଙ୍କୁ ପୂର୍ଣ୍ଣ ସୁରକ୍ଷା ଦେବାକୁ ବାହାରି ପଡ଼ିଛି। ବିଜେପି ଅନୈତିକ ରାଜନୀତି କରୁଛି ବୋଲି ଅଭିଯୋଗ କରି ଗୁଜୁରାଟ କଂଗ୍ରେସ ମୁଖ୍ୟ ଭରତସିଂହ ସୋଲାଙ୍କି କହିଛନ୍ତି ଯେ ବିଜେପି ଚରିତ୍ର ସଂହାର ଭଳି ଏକ ପୁରୁଣା କୌଶଳ ବ୍ୟବହାର କରୁଛି।

ଗୁଜୁରାଟ କଂଗ୍ରେସ ନିର୍ବାଚନ ଦାୟିତ୍ୱରେ ଥିବା ଅଶୋକ ଗେଲୋଟ୍‌ କହିଛନ୍ତି: ତାଙ୍କର ଚରିତ୍ର ସଂହାର କରିବାକୁ ବିଜେପି ଉଦ୍ୟମ କରିବ ବୋଲି ହାର୍ଦ୍ଦିକ ଚେତାଇ ଦେଇଥିଲେ। ଏହା ହାର୍ଦ୍ଦିକଙ୍କ ବ୍ୟକ୍ତିଗତ ବିଷୟ। ଆମର ବିଶ୍ୱାସ କରିବା ଉଚିତ ଯେ କୌଣସି ରାଜନୈତିକ ଦଳର ସଦସ୍ୟଙ୍କୁ ଏ ଭଳି ବଦନାମ କରାଯିବା ଅନୁଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe