ସମ୍ବଲପୁର ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କରାଯାଇଥିଲା କି? ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିବାକୁ ସମସ୍ତେ ନାରାଜ

Advertisment
ସମ୍ବଲପୁର ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କରାଯାଇଥିଲା କି? ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିବାକୁ ସମସ୍ତେ ନାରାଜ

The Hindu

ସମ୍ବଲପୁର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ ସେନା ହେଲିକପ୍ଟରକୁ ଯାଂଚ କରାଯାଇଥିବା ନେଇ ଖବର ଆସିଛି । ପ୍ରଧାନମନ୍ତ୍ରୀ ସଭାସ୍ଥଳକୁ ଯିବା ପରେ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ତାଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିବା ଚର୍ଚ୍ଚା ହେଉଛି। ଏକଥା ମଧ୍ୟ ଚର୍ଚ୍ଚା ହେଉଛି କି ପ୍ରଧାନମନ୍ତ୍ରୀ ସଭାସ୍ଥଳରୁ ଫେରିବା ପର୍ଯ୍ୟନ୍ତ ଯାଞ୍ଚ ଚାଲିଥିଲା, ଯାହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ତେବେ ଘଟଣାକୁ ନେଇ ନିର୍ବାଚନ କମିସନ କିମ୍ବା ପୁଲିସ ସୂତ୍ରରୁ କିଛି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟରକୁ ଯାଂଚ ଖବରକୁ ନେଇ ଏବେ ଝଡ଼ ଉଠିଛି । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରକୁ କେଉଁ ନିୟମ ବଳରେ ଯାଂଚ କରାଗଲା, ତାକୁ ନେଇ ପ୍ରଶ୍ନ ଉଠିଛି।  ବିଜେପି ନେତ୍ରୀ ଲେଖାଶ୍ରୀ ସମାନ୍ତସିଂହାର ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସେନା ହେଲିକପ୍ଟରକୁ ମଧ୍ୟ ଯାଂଚ କରିବା ପାଇଁ ସାହସ କରିଛନ୍ତି ଫ୍ଲାଇଂ ସ୍କ୍ୱାର୍ଡ ।

publive-image

ଗତକାଲି ସମ୍ବଲପୁରର ରେମେଡ୍ ଛକ ନିକଟରେ ପ୍ରାୟ ଦିନ ୧୧ଟାରେ ଅବତରଣ କରିଥିଲା ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର । ଏହା ପରେ ସିଧା ସମାବେଶରେ ଯୋଗ ଦେଇଥିଲେ ମୋଦୀ । ଚର୍ଚ୍ଚା ହେଉଛି କୁଆଡେ, ସଭା ଚାଲିଥିବା ବେଳେ ହେଲିକପ୍ଟର ଯାଂଚ ପାଇଁ ପହଁଚିଥିଲେ ଫ୍ଲାଇଂ ସ୍କ୍ୱାର୍ଡର ଟିମ୍ ।  ଘଟଣାର ସତ୍ୟତା ନେଇ ସଂପୃକ୍ତ ଅଧିକାରୀମାନଙ୍କ ମତାମତ ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ କେହି ମୁହଁ ଖୋଲିବାକୁ ରାଜି ହୋଇନଥିଲେ । ତେବେ ଏହା ଭିତରେ ଆଉ ଏକ ଖବର ସାମନାକୁ ଆସିଥିଲା ଯେ କେଉଁ ପରିସ୍ଥିତିରେ ଏହି ଯାଂଚ କରାଯାଇଥିଲା, ତା’ର ତଦନ୍ତ ପାଇଁ ସମ୍ବଲପୁରରେ ପହଁଚିଥିଲେ ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ଅଧିକାରୀ ।

ଚର୍ଚ୍ଚା ହେଉଛି, ହେଲିକପ୍ଟର ଯାଂଚ ଯୋଗୁଁ କ୍ଷୁବ୍ଧ ହୋଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆଉ ଏଥିପାଇଁ ନିର୍ବାଚନ କମିସନ ତନାଘନା କରିବା ସହ ଘଟଣାର ଯାଂଚ ପାଇଁ ସମ୍ବଲପୁରରେ ପହଁଚିଥିଲେ ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ଅଧିକାରୀ । ସୂଚନା ଅନୁସାରେ ସମ୍ବଲପୁରସ୍ଥିତ  ଏକ ସରକାରୀ ଉଦ୍ୟୋଗର ଅତିଥି ଭବନରେ ସ୍ୱତନ୍ତ୍ର ଅଧିକାରୀ ବୈଠକ କରିଥିଲେ।  ପ୍ରାଥମିକ ଯାଂଚ ପରେ ସଂପୃକ୍ତ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ମଧ୍ୟ ଶୁଣିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe