ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଧାରଣା

Advertisment
ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଧାରଣା

ସୁନ୍ଦରଗଡ଼: ବିଦ୍ୟୁତ ଦର ବୃଦ୍ଧିକୁ ପ୍ରତିବାଦ ଜଣାଇଛି ଜିଲ୍ଲା କଂଗ୍ରେସ, ପ୍ରତିବାଦ ସ୍ଵରୁପ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସଭାପତି ବେଣୁମାଧବ ତ୍ରିପାଠୀଙ୍କ ନେତୃତ୍ଵରେ କଂଗ୍ରେସ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହାମାରୀ କରୋନା ଗତ ୧ ବର୍ଷ ଧରି ଲୋକଙ୍କୁ କଲବଲ କରୁଥିବା ବେଳେ ଏହି ସମୟରେ ସରକାର ବିଦ୍ୟୁତ ବିଭାଗକୁ ଟାଟା ପାଓ୍ଵାର ହାତକୁ ଟେକିଦେବା ପରେ ଏହି ବିଦ୍ୟୁତ ଦର ବୃଦ୍ଧି ପାଇଛି। ଏଣୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଧାରଣାରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, ଵରିଷ୍ଠ ଆଇନଜୀଵୀ ନିମାଇଁଚରଣ ନାଏକ, ଟାଉନ ସଭାପତି ନେପାଳ ସାହୁ, ସଂଜୟ ସାହୁ, ସଵଡେଗା ବ୍ଲକ୍ ସଭାପତି ଶୁଭେନ୍ଦୁ ନାଏକ, ମୁନୁ ସରାଫ, ଦେଵାଶିଷ ଦାସ, ରମଣୀରଞ୍ଜନ ଯୋଶୀ, ଅଜିତ ପ୍ରସାଦ, କାଳୀପଦ ସାମଲ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ। ଏହାପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe