ମୁଁ ହେଉଛି ହସ୍ପିଟାଲ୍‌ ଓ ସ୍କୁଲ୍‌ ନିର୍ମାଣ କରିଥିବା ଜଣେ ମହାନ୍‌ ଆତଙ୍କବାଦୀ: ଅରବିନ୍ଦ କେଜ୍ରିୱାଲ୍‌

Advertisment
ଜେଲରେ କଟିପାରେ କେଜ୍ରିଓ୍ବାଲଙ୍କ ହୋଲି, ତୁରନ୍ତ ଶୁଣାଣି ପାଇଁ ମନାକଲେ ହାଇକୋର୍ଟ

Image Courtesy of India Today

ଭତିଣ୍ଡା: ମୁଁ ଜନସାଧାରଣଙ୍କ ନିମନ୍ତେ ଡାକ୍ତରଖାନା ଓ ବିଦ୍ୟାଳୟ ତିଆରି କରିଥିବା ଜଣେ ମହାନ୍‌ ଆତଙ୍କବାଦୀ ହୋଇଥାଇ ପାରେ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।

ସମସ୍ତ ଦଳଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବା ସହ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ଅକାଳି ଦଳ, ବିଜେପି, କଂଗ୍ରେସ- ସବୁ ଦଳ ଏକତ୍ର ହୋଇଛନ୍ତି। ‘ଆପ୍‌’କୁ ପରାସ୍ତ କରିବା ଲାଗି ପ୍ରିୟଙ୍କା ଗାନ୍ଧୀ, ରାହୁଲ୍‌ ଗାନ୍ଧୀ, ନରେନ୍ଦ୍ର ମୋଦୀ, ସୁଖବୀର ବାଦଳ, ଚରଣଜିତ୍‌ ସିଂହ ଚନ୍ନୀ ଏବଂ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଏକତ୍ର ହୋଇଛନ୍ତି। ଭଗୱନ୍ତ୍ ମାନ୍‌ ଜଣେ ସତ୍ୟନିଷ୍ଠ ବ୍ୟକ୍ତି।

ଅରବିନ୍ଦ କେଜ୍ରିୱାଲ୍‌ ଆହୁରି ମଧ୍ୟ କହିଛନ୍ତି, ସେମାନେ ସମସ୍ତେ ଗୋଟିଏ କଥା କହୁଛନ୍ତି। ଯାହା ଜଣାପଡୁଛି, ଗତରାତିରେ ସେମାନେ ଭିଡିଓ କଲ୍‌ରେ ଚାଟ୍‌ କିଂବା କନ୍‌ଫରେନ୍‌ସ୍‌ କରିଛନ୍ତି। ଆମର ଦୋଷ କ’ଣ?

publive-image Image Courtesy of KHABRI-ManMay

‘ଆପ୍‌’ର ପୂର୍ବତନ ନେତା କୁମାର ବିଶ୍ବାସ ଉଠାଇଥିବା ଅଭିଯୋଗକୁ ମଧ୍ୟ କେଜ୍ରିୱାଲ୍‌ ଖଣ୍ଡନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ସମାଲୋଚନା କରି ସେ କହିଛନ୍ତି, ମୁଁ ଜଣେ ବିଚ୍ଛିନ୍ନତାବାଦୀ ସମର୍ଥକ ବୋଲି ଯଦି ମୋଦୀ ଜାଣିଛନ୍ତି, ସେ ଏହି ଅଭିଯୋଗ ସବୁର ତଦନ୍ତ କଲେ ନାହିଁ କାହିଁକି?

୧୦ ବର୍ଷ ହେବ ‘ବିଜେପି’ ନେତାମାନେ ସେମିତି କହି ଆସୁଛନ୍ତି। ସେମାନେ କହୁଛନ୍ତି କି, ଦେଶକୁ ଦୁଇ ଭାଗ କରି ଗୋଟିଏ ଭାଗର ପ୍ରଧାନମନ୍ତ୍ରୀ ହେବାକୁ ଅରବିନ୍ଦ କେଜ୍ରିୱାଲ୍‌ ଯୋଜନା କରୁଛନ୍ତି। ଏଇଟା ଗୋଟାଏ ‘କମେଡି’। ଏଭଳି ଅଭିଯୋଗ ହାସ୍ୟାସ୍ପଦ।

ଏହାର ଅର୍ଥ ମୁଁ ଗୋଟାଏ ବଡ଼ ଆତଙ୍କବାଦୀ। ତେବେ, ନିରାପତ୍ତା ଏଜେନ୍‌ସିମାନେ କରୁଛନ୍ତି କ’ଣ? କଂଗ୍ରେସ ମଧ୍ୟ ୧୦ ବର୍ଷ ହେଲା କ୍ଷମତାରେ ରହିଛି। ସେମାନେ କ’ଣ ଶୋଇପଡ଼ିଛନ୍ତି? ମୋଦୀଜୀ ମୋତେ ଗିରଫ କରାଉନାହାନ୍ତି କାହିଁକି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe