India News
ୟାଭତମଲ୍ (ମହାରାଷ୍ଟ୍ର): ‘ମୁଁ ଯଦି ନିର୍ବାଚନରେ ଜିତି କ୍ଷମତାକୁ ଆସେ, ତେବେ ନିର୍ବାଚନ କମିଶନଙ୍କୁ ଜେଲରେ ଠୁଙ୍କିଦେବି’ ବୋଲି କହିଛନ୍ତି ସୋଲାପୁର ଓ ଅକୋଲା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ବରିପା ବହୁଜନ ମହାସଂଘ (ବିବିଏମ୍)ର ବରିଷ୍ଠ ନେତା ପ୍ରକାଶ ଆମ୍ବେଦକର। ଉଲ୍ଲେଖଯୋଗ୍ୟ, ପୂର୍ବରୁ ତିନି ଥର ସାଂସଦ ରହି ଚଳିତ ଲୋକସଭା ନର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରକାଶ ଆମ୍ବେଦକର ମହାରାଷ୍ଟ୍ରରେ ବାଲାସାହେବ ଆମ୍ବେଦକର ରୂପେ ପରିଚିତ ଏବଂ ତାଙ୍କର ବଡ଼ ପରିଚୟ ହେଉଛି, ସେ ସମ୍ବାଧାନ ପ୍ରଣେତା ଡ. ବି ଆର୍ ଆମ୍ବେଦକରଙ୍କ ନାତି।
/sambad/media/post_attachments/wp-content/uploads/2019/04/prakash-ambedkar1-300x225.jpg)
ମହାରାଷ୍ଟ୍ରର ୟଭତମଲ୍ ଠାରେ ଆୟୋଜିତ ଏକ ର୍ୟାଲିରେ କହିଛନ୍ତି, ‘ମୁଁ ଜାଣିବାକୁ ଚାହୁଁଛି କାହିଁକି ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲା ସଂପର୍କରେ କହିବା ପାଇଁ ନିର୍ବାଚନ କମିଶନ ଆମକୁ ଅନୁମତି ଦେଇ ନାହାନ୍ତି? ଯେତେବେଳେ ଭାରତୀୟ ସମ୍ବିଧାନ ଆମକୁ ଏଥିପାଇଁ ଅନୁମତି ହେଉଛି, ସେତେବେଳେ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ବାଚନ କମିଶନ କିଏ? ନିର୍ବାଚନ କମିଶନ ନିରପେକ୍ଷ ରହିବା ପରିବର୍ତ୍ତେ ବିଜେପିର କର୍ମୀ ସଦୃଶ ଆଚରଣ ପ୍ରଦର୍ଶନ କରୁଛି। ମୁଁ ଯଦି ନିର୍ବାଚନରେ ଜିତି କ୍ଷମତାକୁ ଆସେ, ତେବେ ନିର୍ବାଚନ କମିଶନଙ୍କୁ ଜେଲରେ ଠୁଙ୍କିଦେବି’ ବୋଲି ନିଜ ଭାଷଣରେ କହିଛନ୍ତି ପ୍ରକାଶ ଆମ୍ବେଦକର।
ପ୍ରକାଶ ଆମ୍ବେଦକରଙ୍କ ଏହି ଭାଷଣକୁ କେନ୍ଦ୍ର କରି ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ କର୍ଣ୍ଣାଟକ ରାଜ୍ୟ ନିର୍ବାଚନ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଛନ୍ତି।
Follow Us