ମୋଦି ବି ଯଦି ଏଠାର ଭୋଟର ହୋଇଥାନ୍ତେ, ତେବେ ସେ ବି ମୋତେ ହିଁ ଭୋଟ ଦେଇଥାନ୍ତେ: ରଘୁବଂଶ ପ୍ରସାଦ ଯାଦବ

ମୋଦି ବି ଯଦି ଏଠାର ଭୋଟର ହୋଇଥାନ୍ତେ, ତେବେ ସେ ବି ମୋତେ ହିଁ ଭୋଟ ଦେଇଥାନ୍ତେ: ରଘୁବଂଶ ପ୍ରସାଦ ଯାଦବ

ANI

ବୈଶାଳୀ (ବିହାର): ବେଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ଗଠିତ ହୋଇଥିବା ମହାଗଠବନ୍ଧନର ପ୍ରାର୍ଥୀ ତଥା ବୈଶାଳୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ଯାଦବଙ୍କର ଏକ ବିବୃତିକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଚାଲିଛି। ରଘୁବଂଶ ପ୍ରସାଦ ଯାଦବ ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦି ଏହି ଲୋକସଭା କ୍ଷେତ୍ରର ଭୋଟର ହୋଇଥାନ୍ତେ, ତେବେ ସେ ବି ତାଙ୍କୁ ଭୋଟ ଦେଇଥାନ୍ତେ।

ଆର୍‌ଜେଡି ନେତା ରଘୁବଂଶ କହିଛନ୍ତି ଯେ କିଛି ଲୋକ ଖାଲି ମୋଦି ମୋଦି ହେଉଛନ୍ତି। ହେଲେ ବୈଶାଳୀର ଭୋଟରମାନେ ମୋତେ କହୁଛନ୍ତି ମୋଦି ବି ଯଦି ଏହି ଲୋକସଭା କ୍ଷେତ୍ରରୁ ଭୋଟର ହୋଇଥାନ୍ତେ, ତେବେ ସେ ବି ମୋ ସପକ୍ଷରେ ଭୋଟ ଦେଇଥାନ୍ତେ। କାରଣ ଏଠି ମୋଦିଙ୍କୁ ଚିହ୍ନିଛି କିଏ? ମୁଁ ଏଠି ଦୁଇ ଦଶନ୍ଧି ହେଲାଣି ଭୋଟରମାନଙ୍କ ସହିତ ରହିଛି। ତେଣୁ ଭୋଟରମାନେ ମୋତେ ଛାଡ଼ିବେ କେମିତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe