ଭୋଟ୍‌ ଦିନ ଯଦି ଲୋକେ ଅନୁପସ୍ଥିତ ରୁହନ୍ତି, ଜାଲିଆତି କରି ଭୋଟ୍‌ ଦିଅ: ସମର୍ଥକମାନଙ୍କୁ କହିଲେ ବିଜେପି ପ୍ରାର୍ଥିନୀ

Advertisment
ଭୋଟ୍‌ ଦିନ ଯଦି ଲୋକେ ଅନୁପସ୍ଥିତ ରୁହନ୍ତି, ଜାଲିଆତି କରି ଭୋଟ୍‌ ଦିଅ: ସମର୍ଥକମାନଙ୍କୁ କହିଲେ ବିଜେପି ପ୍ରାର୍ଥିନୀ

Image Courtesy of Hindustan Times

ବଦାୟୁଁ: ‘ଜାଲିଆତି’ କରି ଭୋଟ୍‌ ଦେବାକୁ ସମର୍ଥକମାନଙ୍କୁ ଉସ୍‌କାଉଥିବା ବେଳେ କ୍ୟାମେରାରେ ଧରା ପଡ଼ିଛନ୍ତି ବଦାୟୁଁର ବିଜେପି ପ୍ରାର୍ଥିନୀ ସଙ୍ଘମିତ୍ରା ମୌର୍ଯ୍ୟ।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଭିଡିଓରେ ମୌର୍ଯ୍ୟ ଦଳୀୟ କର୍ମୀମାନଙ୍କର ଏକ ସଭାରେ ଉଦ୍‌ବୋଧନ ଦେଉଥିବାର ଦୃଶ୍ୟ ରହିଛି। ସେଥିରେ ସେ କହୁଛନ୍ତି ଭୋଟ୍‌ ଗ୍ରହଣ ଦିନ ଯେଉଁ ଲୋକେ ଅନୁପସ୍ଥିତ ରହୁଛନ୍ତି, ସେମାନଙ୍କ ପାଇଁ ତୁମ୍ଭେମାନେ ଭୋଟ୍‌ ଦିଅ।

ହାସ୍ୟରୋଳ ମଧ୍ୟରେ ସେ କହୁଛନ୍ତି: କେତେକ ଅନୁସ୍ଥିତ ରହିଲେ ବି ଖଣ୍ଡେ ଭୋଟ୍‌ ଯେମିତି ବୃଥା ନ ଯାଏ, ଅର୍ଥାତ୍‌ ସବୁଆଡ଼େ ଜାଲିଆତି କରି ଭୋଟ୍‌ ଦେବା ସାଧାରଣ କଥା... ଯଦି ସେମିତି ସୁଯୋଗ ମିଳେ, ତା’ର ସଦୁପୋଯୋଗ କର... ସୁଯୋଗ ନ ମିଳିଲେ ସେମିତି କରନାହିଁ... ପ୍ରକୃତ ଭୋଟର୍‌ଙ୍କୁ ନେଇ ସେମାନଙ୍କୁ ଭୋଟ୍‌ ଦେବାକୁ ପ୍ରବର୍ତ୍ତାଅ, କିନ୍ତୁ ଯଦି... ତା’ହେଲେ ଲୁଚାଚୋରାରେ କିଛି କରାଯାଇପାରେ।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦିନେଶ କୁମାର ସିଂହଙ୍କୁ ପଚରା ଯିବାରୁ ସେ କହିଲେ କି ଏ ସଂକ୍ରାନ୍ତରେ ସେ କିଛି ଜାଣନ୍ତି ନାହିଁ, କିନ୍ତୁ ଅଭିଯୋଗ ବିଷୟରେ ତଦନ୍ତ କରିବେ।

ଉତ୍ତର ପ୍ରଦେଶ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଝିଅ ପୂର୍ବରୁ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ କି, ବଦାୟୁଁର ଲୋକଙ୍କ ପ୍ରତି କେହି ଅତ୍ୟାଚାର କଲେ ସେ ଗୁଣ୍ଡା ହେବାକୁ ଉଦ୍ୟମ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe