ପାକିସ୍ତାନ ଜାତୀୟ ନିର୍ବାଚନରେ ପ୍ରଥମଥର ପାଇଁ ବିଜୟୀ ହେଲେ ଜଣେ ହିନ୍ଦୁ ପ୍ରାର୍ଥୀ

Advertisment
ପାକିସ୍ତାନ ଜାତୀୟ ନିର୍ବାଚନରେ ପ୍ରଥମଥର ପାଇଁ ବିଜୟୀ ହେଲେ ଜଣେ ହିନ୍ଦୁ ପ୍ରାର୍ଥୀ

ଲହୋର: ପାକିସ୍ଥାନ ପିପୁଲ୍‌ ପାର୍ଟି(ପିପିପି)ର ମହେଶ କୁମାର ମଲାନି ନେସ୍‌ନାଲ୍‌ ଆସେମ୍‌ବ୍‌ଲି ସିଟ୍‌ର ପ୍ରଥମ ହିନ୍ଦୁ ବିଜେତା ପ୍ରାର୍ଥୀ। ଅଣମୁସ୍‌ଲମାନମାନେ ଭୋଟ ଦେବାର ଅଧିକାର ପାଇବାର ୧୬ ବର୍ଷ ପରେ ଯାଇ ଜଣେ ହିନ୍ଦୁ ନିର୍ବାଚିତ ହୋଇଛନ୍ତି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ୧୪ ଆଶାୟୀଙ୍କୁ ପରାଜୟ କରିବା ପରେ ମଲାନି ଏହି ବିଜୟ ହାସଲ କରିଛନ୍ତି। ମଲାନିଙ୍କ ପ୍ରତିଦ୍ୱନ୍ଦୀ ୮୭,୨୫୧ ଭୋଟ ପାଇଥିବା ବେଳେ ସେ ୧,୦୬,୬୩୦ ଭୋଟ ହାତେଇବା ପରେ ବିଜୟ ହୋଇଛନ୍ତି।

ପାକିସ୍ଥାନୀ ହିନ୍ଦୁ ରାଜସ୍ଥାନୀ ପୁସ୍କରନା ରାଜନେତା ମଲାନି ୨୦୦୩-୦୮ ମସିହାରେ ଆରକ୍ଷିତ ସିଟ୍‌ରେ ସାଂସଦ ଥିଲେ।

୨୦୧୩ରେ ମଲାନି ପ୍ରଥମ ଅଣମୁସଲ୍‌ମାନ ସଦସ୍ୟ ହୋଇଥିଲେ। ୨୦୦୨ ମସିହାରେ ପାକିସ୍ଥାନରେ ଅଣମୁସଲମାନମାନେ ଭୋଟ ଦେବାର ଅଧିକାର ପାଇଥିଲେ।

କିଛି ବର୍ଷ ତଳେ ଉଭୟ ମହିଳା ଓ ଅଣମୁସଲମାନ ପାକିସ୍ଥାନର ବ୍ୟବସ୍ଥାପକ ବନିବାର ସୁଯୋଗ ମିଳିଛି।

ଚଳିତବର୍ଷ ମାର୍ଚ୍ଚରେ ପିପିପିର କ୍ରିଷ୍ଣା କୁମାରୀ ପ୍ରବନ୍ଧକାରିଣୀ ସମିତିର ପ୍ରଥମ ଅଣମୁସଲାମାନ ମହିଳା ଭାବେ ନିର୍ବାଚିତ ହୋଇଥିଲେ। ସିନ୍ଧରେ ଥିବା ଆରକ୍ଷିତ ସିଟ୍‌ରେ ସେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe