ଇଣ୍ଡିଆ ଟୁଡେ ସର୍ଭେ : ଓଡ଼ିଶାରେ ନବୀନ, ଦେଶରେ ମୋଦୀ

Advertisment

୫୯% ଭୋଟରଙ୍କ ପ୍ରଥମ ପସନ୍ଦ ନବୀନ, ୨୧% ଧର୍ମେନ୍ଦ୍ର, ରାଜ୍ୟର ୫୪% ‌ଭୋଟର୍‌ ଚାହାନ୍ତି ମୋଦୀ ହୁଅନ୍ତୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ, ୪୪ ପ୍ରତିଶତ ନବୀନଙ୍କ କାମରେ ସନ୍ତୁଷ୍ଟ

୫୯% ଭୋଟରଙ୍କ ପ୍ରଥମ ପସନ୍ଦ ନବୀନ, ୨୧% ଧର୍ମେନ୍ଦ୍ର, ରାଜ୍ୟର ୫୪% ‌ଭୋଟର୍‌ ଚାହାନ୍ତି ମୋଦୀ ହୁଅନ୍ତୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ, ୪୪ ପ୍ରତିଶତ ନବୀନଙ୍କ କାମରେ ସନ୍ତୁଷ୍ଟ

ଇଣ୍ଡିଆ ଟୁଡେ ସର୍ଭେ : ଓଡ଼ିଶାରେ ନବୀନ, ଦେଶରେ ମୋଦୀ

ନୂଆଦିଲ୍ଲୀ : ଦେଶ ଯେ କୌଣସି ମୁହୂର୍ତରେ ପୁଣି ସାଧାରଣ ନିର୍ବାଚନକୁ ସାମ୍ନା କରିବ। ଏ ନେଇ ଅବଗଣନା ଆରମ୍ଭ ହୋଇଗଲାଣି। ଏହାର ଅବ୍ୟବହିତ ପୂର୍ବରୁ ‘ଇଣ୍ଡିଆ ଟୁଡେ’ ‘ପଲିଟିକାଲ ‌ଷ୍ଟକ୍‌ ଏକ୍ସଚେଂଜ (ପିଏସ୍‌ଇ) ବିଭିନ୍ନ ନେତ, ସରକାରଙ୍କ ଲୋକପ୍ରିୟତା ନେଇ ଯେଉଁ ସର୍ଭେ କରିଛନ୍ତି, ତାହା ସୂଚାଉଛି ଯେ ଓଡ଼ିଶାରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାେବ ନବୀନ ପଟ୍ଟନାୟକ ଶପଥ ନେବାର ସମ୍ଭାବନା ଅଧିକ। ୫୯ ପ୍ରତିଶତ ଲୋକ ଏହା ହିଁ ଚାହାନ୍ତି। କେବଳ ସେତିକି ନୁେହଁ, ୪୪ ପ୍ରତିଶତ ଲୋକ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି।

ଅନ୍ୟପକ୍ଷରେ ଏହି ସର୍ଭେ ରିେପାର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ ହେବ ବୋଲି ଭବିଷ୍ୟବାଣୀ କରୁଥିଲେ ହେଁ, ରାଜ୍ୟ ବିଜେପି ପାଇଁ କୌଣସି ଉତ୍ସାହ ଆଣିନାହିଁ। ଏପରିକି ବିେଜପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକପ୍ରିୟତାରେ ନବୀନଙ୍କ ପାଖାପାଖି ମଧ୍ୟ ନାହାନ୍ତି। ଧର୍ମେନ୍ଦ୍ରଙ୍କ ସପକ୍ଷରେ ୨୧ ପ୍ରତିଶତ ଭୋଟର ସେମାନଙ୍କ ମତ ଦେଇଛନ୍ତି। ଅର୍ଥାତ୍ ଏେତ ସବୁ ପରେ ବି ନବୀନ ନିଜକୁ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତାଭାବେ ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି।ମାତ୍ର ୧୯ ପ୍ରତିଶତ ଭୋଟର୍‌ ନବୀନଙ୍କୁ ନେଇ ଅସନ୍ତୋଷ ଜାହିର କରିଛନ୍ତି।

ଅନ୍ୟପକ୍ଷରେ ଏହି ରିେପାର୍ଟ ସୂଚାଉଛି ଯେ କୃଷି, ସ୍ୱାସ୍ଥ୍ୟ,ବେକାରି ଓ ପିଇବା ପାଣି ରାଜ୍ୟରେ ବଡ ସମସ୍ୟା ଭାବେ ଉଭା ହୋଇଛି । ସର୍ଭେରେ ସାମିଲ େଭାଟରଙ୍କ ମଧ୍ୟରୁ ୫୧% ପାନୀୟ ଜଳ ସଙ୍କଟକୁ ମୁଖ୍ୟ ପ୍ରସଙ୍ଗ ବୋଲି କହିଥିବାବେଳେ ୩୫% ଲୋକ କୃଷି ଓ ଏହା ସହ ଜଡ଼ିତ ସମସ୍ୟାକୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ୨୨ % ଲୋକ ବେକାରୀ ସମସ୍ୟାକୁ ଓ ୩୧ % ଲୋକ ସ୍ୱାସ୍ଥ୍ୟ ସମସ୍ୟାକୁ ସରକାରଙ୍କ ପ୍ରମୁଖ ବିଫଳତା ବୋଲି ମତ ଦେଇଛନ୍ତି। ରାଫେଲ୍ ଡିଲ୍‌କୁ କଂଗ୍ରେସ ଏକ ମୁଖ୍ୟ ପ୍ରସଙ୍ଗ କରିଥିଲେ ମଧ୍ୟରେ ଓଡ଼ିଶାର ୭୬% ଲୋକ ଏ ବାବଦରେ ସଚେତନ ନାହାନ୍ତି। ଆଉ ଯେଉଁମାନେ ସଚେତନ ଅଛନ୍ତି ସେମାନଙ୍କ ମଧ୍ୟରୁ ୭୯% ଲୋକ ରାଫେଲ୍ ଡିଲର ଗୋପନୀୟତା ବଜାୟ ରଖିବା ସପକ୍ଷରେ ମତ ଦେଇଛନ୍ତି। ରାଜ୍ୟର ୮୭% ଲୋକ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।

ଓଡିଶାର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ରରେ ୮୨୩୨ ଜଣଙ୍କର ମତାମତ ନିଆଯାଇ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ସଂସ୍ଥା କହିଛି। ଟେଲିଫୋନ ଯୋଗେ ଭୋଟରଙ୍କ ମତାମତକୁ ସଂଗ୍ରହ କରି ଇଣ୍ଡିଆ ଟୁଡେ- ମାଇଁ ଇଣ୍ଡିଆ ପିଏସଇ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ସର୍ଭେ କହୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ କାମରେ ଓଡ଼ିଶାର ୫୨ ପ୍ରତିଶତ ଭୋଟର୍‌ ସନ୍ତୁଷ୍ଟ ଅଛନ୍ତି। ଓଡ଼ିଶାରେ ନବୀନଙ୍କ ସ୍ଥିତି ଅତ୍ୟନ୍ତ ସୁଦୃଢ଼ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ମଧ୍ୟ ବିପୁଳ ସମର୍ଥନ ଥିବା ସର୍ଭେରୁ ଜଣାପଡ଼ିଛି। ଓଡ଼ିଶାରେ ସର୍ଭେରେ କେବଳ ୧୨ ପ୍ରତିଶତ ଭୋଟର ହିଁ ମୋଦି ସରକାରଙ୍କ କାମରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟର ୩୧ ପ୍ରତିଶତ ଭୋଟର୍‌ ମୋଦୀ ସରକାରଙ୍କ କାମ ଚଳନୀୟ ବୋଲି କହିଛନ୍ତି। ଓଡ଼ିଶାର ୫୪ ପ୍ରତିଶତ ‌ଭୋଟର୍‌ ନରେନ୍ଦ୍ର ମୋଦୀଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଅନ୍ୟପକ୍ଷରେ ରାହୁଲଙ୍କୁ କେବଳ ୨୧ ପ୍ରତିଶତ ଭୋଟର୍‌ଙ୍କ ସମର୍ଥନ ମିଳିଛି।

ଉଲ୍ଲେଖଥାଉକି, ବିହାରରେ ମଧ୍ୟ ‘ସୁଶାସନ ବାବୁ’ ନୀତୀଶ କୁମାରଙ୍କ ଯାଦୁ କାଏମ ରହିଛି। ଲୋକପ୍ରିୟତା ମାମଲାରେ ନୀତୀଶ କୁମାର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତେଜସ୍ୱୀ ଯାଦବଙ୍କଠାରୁ ବହୁତ ଆଗରେ ଅଛନ୍ତି। ଝାଡ଼ଖଣ୍ଡରେ ବିଜେପି ପାଇଁ ସତର୍କ ଘଣ୍ଟି ବାଜିଛି। ସର୍ଭେ ମୁତାବକ ଝାଡ଼ଖଣ୍ଡରେ ରଘୁବାର ଦାସ ସରକାରଙ୍କ କାମରେ ୩୪ ପ୍ରତିଶତ ଭୋଟର୍‌ ସନ୍ତୁଷ୍ଟ ଥିବା ବେଳେ ୩୩ ପ୍ରତିଶତ ଅସନ୍ତୋଷ ଜାହିର କରିଛନ୍ତି। ସର୍ଭେ ଅନୁଯାୟୀ ବିହାରରେ ୪୯ ପ୍ରତିଶତ ଭୋଟର କହିଛନ୍ତି ଯେ ନୀତୀଶ କଂଗ୍ରେସ ଏବଂ ଆର୍‌ଜେଡି ସହିତ ସଂପର୍କ ଛିନ୍ନ କରିବା ପରେ ରାଜ୍ୟରେ ଦୁର୍ନୀତି କମିଛି। ୪୦ ପ୍ରତିଶତ ଭୋଟର କହିଛନ୍ତି ଯେ ସ୍ଥିତି ପୂର୍ବଭଳି ରହିଛି ଏବଂ ବିଶେଷ ପରିବର୍ତ୍ତନ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe