କଂଗ୍ରେସକୁ ହରାଇବା ପାଇଁ ଭିତିରିଆ ଡିଲ୍ ଚାଲିଛି: ଶିଶିରଙ୍କ ଅଭିଯୋଗ

କଂଗ୍ରେସକୁ ହରାଇବା ପାଇଁ ଭିତିରିଆ ଡିଲ୍ ଚାଲିଛି: ଶିଶିରଙ୍କ ଅଭିଯୋଗ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗ କହିଛନ୍ତି କଂଗ୍ରେସକୁ ହରାଇବା ପାଇଁ ଭିତିରିଆ ଡିଲ୍ ଚାଲିଛି। ତେଣୁ ମୋ ପରିବାରର କାହାକୁ ଟିକେଟ ଦିଆଯାଇ ନାହିଁ। ଅପରପକ୍ଷରେ ଭୁଜବଳ ମାଝୀଙ୍କ ପରିବାରକୁ ଏକାଧିକ ଟିକେଟ ମିଳିଛି।

ଏହା ମତେ ଆଘାତ ଦେଇଛି। ପରିବାରର ଜଣଙ୍କୁ ଟିକେଟ ପ୍ରଦାନ ମନ୍ତବ୍ୟକୁ ସେ ବିରୋଧ ମଧ୍ୟ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ ଶିଶିର ଗମାଙ୍ଗଙ୍କ ଏଭଳି କହିଛନ୍ତି। କାହାକୁ ଟଙ୍କା ମଗାଯାଇ ନାହିଁ। ଏଭଳି ଅଭିଯୋଗ ମିଥ୍ୟା ବୋଲି ଶରତ କହିଛନ୍ତି। ଟିକେଟ ଦେବାରେ କୌଣସି ଷଡ଼ଯନ୍ତ୍ର ହୋଇ ନାହିଁ। ଏଭଳି ଅଭିଯୋଗ ଭିତ୍ତିହୀନ।

ଟିକେଟ ବଦଳରେ ପ୍ରାର୍ଥୀଙ୍କୁ ଟଙ୍କା ମଗାଯାଉଥିବା ଅଭିଯୋଗ ମିଛ ବୋଲି ଶରତ କହିଛନ୍ତି। କାହାରି ସୁପାରିଶରେ କାହାକୁ ଟିକେଟ ଦିଆଯାଉ ନାହିଁ। ସବୁ ଆସନରେ ମଧ୍ୟ ଟିକେଟ ଦିଆଯାଉ ନ ଥିବା ଶରତ କହିଛନ୍ତି। ବିଜୟୀ ହେବାର ଆଶା ଥିବା ପ୍ରାର୍ଥୀଙ୍କୁ ଟିକେଟ ମିଳୁଛି ବୋଲି ଶରତ କହିଛନ୍ତି।

ସୂଚନାଯୋଗ୍ୟ. ଶିଶିର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ। ତେବେ ଏହି ଆସନରୁ ଭୁଜବଳଙ୍କୁ ଟିକେଟ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe