Image Courtesy of TOI
ବେଙ୍ଗାଲୁରୁ: ଆସନ୍ତା ବର୍ଷ ଏପ୍ରିଲ୍-ମେ’ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ବିଧାନସଭାର ନିର୍ବାଚନ ଗୈରିକ ରଙ୍ଗ ଧାରଣ କରିପାରେ। ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଅଭିଷିକ୍ତ ହେବା ପରେ କର୍ଣ୍ଣାଟକରେ ଅଧଡଜନ ସରିକି ସ୍ୱାମୀଜି ସକ୍ରିୟ ରାଜନୀତିକୁ ଲମ୍ଫ ଦେବାକୁ ପ୍ରସ୍ତୁତି କରୁଛନ୍ତି।
ରାଜନୀତି କରିବାକୁ ସ୍ପଷ୍ଟ ଆଗ୍ରହ ଦେଖାଇ ଥିବା କେତେକ ସାଧୁସନ୍ଥମାନଙ୍କ ମଧ୍ୟରେ ଅଛନ୍ତି ମାଙ୍ଗାଲୁରୁ ନିକଟସ୍ଥ ଗୁରୁପୁର ବଜ୍ରଦେହୀ ମଠର ରାଜଶେକରନନ୍ଦ ସ୍ୱାମୀଜି, ଧର୍ଓ୍ଵାଦ୍ ଜିଲ୍ଲା ଅନ୍ତର୍ଗତ ମାନାଗୁଡ଼ିସ୍ଥିତ ଶ୍ରୀଗୁରୁ ବାସବ ମହାମାନେର ଶ୍ରୀବାସବାନନ୍ଦ ସ୍ୱାମୀଜି ଏବଂ ଚିତ୍ରଦୁର୍ଗା ଜିଲ୍ଲାର ଶ୍ରୀ ଶିବ ଶରଣ ମାଦରା ଗୁରୁ ପୀଠର ଶ୍ରୀ ମାଦରା ଚେନ୍ନାୟା ସ୍ୱାମୀଜି।
କର୍ଣ୍ଣାଟକର କେତେକ ସ୍ୱାମୀଜି ରାଜନୀତିର ଆଗ ଧାଡ଼ିରେ ପ୍ରକଟ ହେବାକୁ ପ୍ରସ୍ତୁତି କରୁଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଅଭିଷିକ୍ତ ହେବା ଘଟଣାରେ ପ୍ରେରଣା ପାଇ କର୍ଣ୍ଣାଟକର ଅଧଡଜନେ ‘ସନ୍ଥ ନେପଥ୍ୟ ରାଜନୈତିକ ପରିଚାଳକ’ ମାର୍କା ତ୍ୟାଗ କରି ସିଧା ସଳଖ ଆସନ୍ତା ବିଧାନସଭା ନିର୍ବାଚନରେ ଅଂଶ ଗ୍ରହଣ କରିବେ।
Sri Basavanandaନିର୍ବାଚନ ଲଢ଼ିବାକୁ ଟିକିଟ୍ ହାସଲ କରିବା ନିମନ୍ତେ ଗୈରିକ ବସନଧାରୀମାନେ କ୍ଷମତାଶାଳୀ ରାଜନେତାଙ୍କ ସହ ବୁଲାବୁଲି କରିବା ସହ ଅଗ୍ନିବର୍ଷୀ ଭାଷଣ ଦେଉଛନ୍ତି, ସାମାଜିକ କାର୍ଯ୍ୟକ୍ରମ ପ୍ରସାରିତ କରୁଛନ୍ତି।
ରାଜନୈତିକ ସମୀକ୍ଷକମାନେ କହନ୍ତି ଯେ ସନ୍ଥମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପି ଟିକିଟ୍ ପାଇଁ ଲାଳାୟିତ। ଏଥିପାଇଁ ଶାସକ କଂଗ୍ରେସ ନିରପେକ୍ଷ ରହୁଛି କିଂବା ସନ୍ଥମାନଙ୍କୁ ନିଜ ପଟକୁ ଆଣିବାକୁ ଉଦ୍ୟମ କରୁଛି।
ବିଜେପି ଟିକିଟ୍ରେ ଅର୍ଥନୈତିକ ପଛୁଆ ନିର୍ବାଚନ ମଣ୍ଡଳୀ କାଲାଘାତାଗିରୁ ପ୍ରତିଦ୍ୱନ୍ଦିତା କରିବାକୁ ଆଗ୍ରହୀ ବାସବାନନ୍ଦ ଟିକିଟ୍ ପାଇବେ ବୋଲି ନିଶ୍ଚିତ ହୋଇଗଲେଣି। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଜ୍ୟ ବିଜେପି ସଭାପତି ବି ଏସ୍ ୟେଦ୍ୟୁରେପ୍ପାଙ୍କ ସହ ସେ ଉଠାଇଥିବା ଫଟୋ ଏବେ ତାଙ୍କ ଫେସ୍ବୁକ୍ ଆକାଉଣ୍ଟ୍ରେ ପୋଷ୍ଟ ହୋଇଛି। ଯଦି ସେ ପ୍ରତିଦ୍ୱନ୍ଦିତା କରନ୍ତି, ତେବେ ଖଣି ବ୍ୟବସାୟୀ ତଥା ଶ୍ରମମନ୍ତ୍ରୀ ସନ୍ତୋଷ ଏସ୍ ଲାଡ୍ଙ୍କ ସମ୍ମୁଖୀନ ହେବେ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବ ମଙ୍ଗଳ ପାଇଁ ସ୍ୱାମୀଜି ସେ ଅଞ୍ଚଳରେ ସୁପରିଚିତି ଏବଂ ତାଙ୍କର ହଜାର ହଜାର ଅନୁଗାମୀ ଅଛନ୍ତି।
Sri Madara Chennaiahସନ୍ଥମାନେ କାହିଁକି ରାଜନୀତି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ପଚାରନ୍ତେ, ବାସବାନନ୍ଦ କହନ୍ତି, ରାଜନେତାମାନେ ସୁମାର୍ଗ ଅନୁସରଣ ନ କରି ଲୋକମାନଙ୍କ ପାଇଁ କାମ କରୁଥିବାରୁ ସନ୍ଥମାନେ ରାଜନୀତିରେ ପ୍ରବେଶ କରୁଛନ୍ତି। ଆଜିକାଲି ‘ମନ୍ଦ’ ଶବ୍ଦର ପ୍ରତିଶବ୍ଦ ହେଉଛି ରାଜନୀତି। ରାଜନୀତି ନିର୍ମଳ ବୋଲି ମୁଁ ଦେଖାଇ ଦେବାକୁ ଚାହେଁ। ମୋଦିଙ୍କୁ ନିଜର ପ୍ରେରଣା ବୋଲି ଦାବି କରୁଥିବା ବାସବାନନ୍ଦ କହିଛନ୍ତି ଯେ ବିଜେପି ଟିକିଟ୍ ନ ମିଳିଲେ ସେ ପ୍ରତିଦ୍ୱନ୍ଦିତା କରିବେ ନାହିଁ।
Sri Rajashekaranandaବିଜେପି ସୂତ୍ରରୁ ଜଣାପଡ଼ିଛି ଯେ ଆସନ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ୪ ଜଣ ସନ୍ଥ ଦଳୀୟ ନେତାଙ୍କୁ ସୂଚନା ଦେଇଛନ୍ତି। ତେଣେ ବିଜେପି ସହ ଲଢ଼ିବାକୁ କଂଗ୍ରେସ ଉତ୍ତର କର୍ଣ୍ଣାଟକରେ ବୀରଶୈବ-ଲିଙ୍ଗାୟାତ ସମ୍ପ୍ରଦାୟଙ୍କ ମଧ୍ୟରେ ଥିବା ବିଭେଦକୁ ଉସ୍କାଉଛି। ବିଜେପି ବିରୋଧରେ ଲିଙ୍ଗାୟାତ ସନ୍ଥମାନଙ୍କୁ ନିର୍ବାଚନରେ ଠିଆ କରାଇବାକୁ କଂଗ୍ରେସ ଉଦ୍ୟମ ଚଳାଇଛି।
Follow Us