Congress Bhaban of Odisha. Photograph: (sambad.in)
ଜଗତସିଂହପୁର (ଶୁଭକାନ୍ତ ପଢ଼ିଆରୀ): ଜଗତସିଂହପୁର ଜିଲ୍ଲା କଂଗ୍ରେସର ନୂତନ ସଭାପତି ନିର୍ବାଚିତ ହେବାର ପ୍ରାୟ ଦୁଇ ମାସ ପରେ ବିଶାଳ ଟିମ୍ ଘୋଷଣା କରାଯାଇଛି। ଜିଲ୍ଲାର ବିଭିନ୍ନ ପଦପଦବୀରେ ୮୦ ଜଣଙ୍କୁ ନିଯୁକ୍ତ ଦିଆଯାଇଛି। ସେଥିରେ ୧୧ ଉପସଭାପତି, ୧୧ ସାଧାରଣ ସମ୍ପାଦକ, ୨୧ ସମ୍ପାଦକ ରହିଛନ୍ତି। ୬ ବ୍ଲକ ଓ ୨ ପୌରାଞ୍ଚଳ ସଭାପତିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ସନ୍ଧ୍ୟାରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ, ଉପସଭାପତି ଭାବେ ଦ୍ବିଜରାଜ ଦାସ, ରାଜକିଶୋର ସାହୁ, ପ୍ରଶାନ୍ତ ଦାସ, ଅକ୍ଷୟ କୁମାର ମହାନ୍ତି, ସୁବ୍ରତ କୁମାର ରାୟ, ଅମ୍ବିକା ପ୍ରସାଦ ଦାସ, ଏମଡି. ଅବଦୁଲ ଵାହିଦ, ଅଶ୍ବିନୀ କୁମାର ସ୍ବାଇଁ, ବଲ୍ଲଭ ନନ୍ଦ ସ୍ବାଇଁ, ନିତ୍ୟାନନ୍ଦ ଦାସ, ଧ୍ବଜରାଜ ଖଣ୍ଡୁଆଳଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ସାଧାରଣ ସମ୍ପାଦକ ଭାବେ ସାଧୁଚରଣ ସାହୁ, ବିଦ୍ୟାଧର ବାରିକ, ଅଶୋକ କୁମାର ଜେନା, ଶୁଭ ନାରାୟଣ ନାୟକ, ସୌମ୍ୟଜିତ ଦାସ, ଜାନକୀ ମହାରଥ, ଧନଞ୍ଜୟ ସୁତାର, ପ୍ରଶାନ୍ତ କୁମାର ବେହେରା, ଅବନୀକାନ୍ତ ମହାରଣା, ଆର୍ତ୍ତବନ୍ଧୁ ବିଶ୍ବାଳ ଓ ନାଥ କାଣ୍ଡି। ସେହିପରି ସମ୍ପାଦକ ଭାବେ ପ୍ରହ୍ଲାଦ ବିଶ୍ବାଳ, ବିମଳ କୁମାର ସେଠୀ, ଦିଲ୍ଲୀପ କୁମାର ମାହାର, ମନୋରଞ୍ଜନ ଜେନା, ଦେବୀପ୍ରସାଦ ପରିଡ଼ା, ବୃନ୍ଦାବନ ପ୍ରଧାନ, ସୂର୍ଯ୍ୟକାନ୍ତ ସାହୁ, ମନୋଜ କୁମାର ଦାସ, ରୂପଶ୍ରୀ ରାଗିଣୀ ଦାସ, ମନମୋହନ ଗୋଚ୍ଛାୟତ, ଅଞ୍ଜନ କୁମାର ଜେନା, ବାବୁଲି ପଟ୍ଟନାୟକ, ବସନ୍ତ ନାୟକ, ସରୋଜିନୀ ପରିଜା, ପବିତ୍ର କୁମାର ମନ୍ତ୍ରୀ, ସରୋଜ କୁମାର ପ୍ରଧାନ, ଜିତୁ ନାରାୟଣ ସାହୁ, ସୌଭାଗ୍ୟ ରଞ୍ଜନ ବିଶ୍ବାଳ, ଗଙ୍ଗାଧର ନାୟକ, ପ୍ରଦୀପ ସାମଲ, ଅମିତା ରଥ ନିଯୁକ୍ତି ପାଇଛନ୍ତି।
ସ୍ବତନ୍ତ୍ର ସଦସ୍ୟ ଭାବେ ରଞ୍ଜିବ ବିଶ୍ବାଳ, ଲଲାଟେନ୍ଦୁ ମହାପାତ୍ର, ନଟବର ବାରିକ, ବିଷ୍ଣୁଚରଣ ବାରିକ, ପ୍ରତିମା ମଲ୍ଲିକ, ନଳିନୀ କୁମାର ସ୍ବାଇଁ, ହିମାଂଶୁ ଭୂଷଣ ମଲ୍ଲିକ, ନିରଞ୍ଜନ ନାୟକ, ଅଜୟ କୁମାର ମହାପାତ୍ର ରହିଛନ୍ତି। ଜଗତସିଂହପୁର ପୌରାଞ୍ଚଳ ପାଇଁ ପ୍ରଶାନ୍ତ ମହାପାତ୍ର ଓ ପାରାଦୀପ ପୌରାଞ୍ଚଳ ପାଇଁ କେଦାରନାଥ ବିଶ୍ବାଳ ସଭାପତି ରହିଛନ୍ତି। ଜଗତସିଂହପୁର ବ୍ଲକ ପାଇଁ ଜ୍ଞାନରଞ୍ଜନ ପୃଷ୍ଟି, ନାଉଗାଁ ବ୍ଲକର ବିଚିତ୍ରାନନ୍ଦ ଲେଙ୍କା, ଏରସମାର ପିନାକୀ ନାରାୟଣ ଦାସ, ରଘୁନାଥପୁର ବ୍ଲକର ଆର୍ତ୍ତତ୍ରାଣ ପଣ୍ଡା, ବିରିଡ଼ିର ପ୍ରିୟବ୍ରତ ମିଶ୍ର, ତିର୍ତ୍ତୋଲ ବ୍ଲକ ପାଇଁ ସଫି ଆଜାମ୍ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ବିଶ୍ବଜିତ ପୋଥାଳ କୋଷାଧ୍ୟକ୍ଷ ହୋଇଥିବା ବେଳେ ୧୯ ଜଣ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି। ଏହା ପରେ ଯୁବ, ଛାତ୍ର, ମହିଳା ଟିମ୍ ଗଠନ ହେବ ବୋଲି ଜଣାପଡ଼ିଛି।
Follow Us