ଇଭିଏମ୍‌ ଭାଙ୍ଗି ଜନ ସେନା ପ୍ରାର୍ଥୀ ଗିରଫ

Advertisment
ଇଭିଏମ୍‌ ଭାଙ୍ଗି ଜନ ସେନା ପ୍ରାର୍ଥୀ ଗିରଫ

Image Courtesy of ANI

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଜନ ସେନା ପାର୍ଟିର ଜଣେ ବିଧାୟକ ପ୍ରାର୍ଥୀ ଇଲେକ୍‌ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ ଭାଙ୍ଗିଥିବା ଅଭିଯୋଗ ହେବାରୁ ଗୁରୁବାର ଦିନ ଗିରଫ ହୋଇଛନ୍ତି।

ରାଜ୍ୟରେ ୨୫ଟି ଲୋକସଭା ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଚାଲିଛି। ପୁଲିସ କହିଛି ଯେ ମଧୁସୂଦନ ଗୁପ୍ତ ନାମକ ସେ ପ୍ରାର୍ଥୀଜଣକ ଅନନ୍ତପୁର ଜିଲ୍ଲାର ଗୁଣ୍ଟାକାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଭୋଟ୍‌ ପୋଲିଙ୍ଗ୍‌ ଷ୍ଟେସନ୍‌ର ଚଟାଣ ଉପରେ ଇଭିଏମ୍‌ କଚାଡ଼ି ଦେଇଥିଲେ।

ଭୋଟ ଜାଲିଆତି ଅଭିଯୋଗ କରି ମୁଜାଫରନଗରର ବିଜେପି ସାଂସଦ ପ୍ରାର୍ଥୀ ସଞ୍ଜୀବ ବାଲ୍ୟାନ ନିର୍ବାଚନ କମିସନ୍‌ଙ୍କ ନିକଟକୁ ଯାଇଛନ୍ତି।

ସକାଳ ୯ଟା ସୁଦ୍ଦା ନାଗାଲାଣ୍ଡ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ୨୧% ଭୋଟର୍‌ ଭୋଟ୍‌ ଦେଇ ରେକର୍ଡ କରିଥିବା ଖବର ଆସିଛି।

ଏହି ସମୟ ସୁଦ୍ଧା ସହରଣପୁରରେ ୮%, କୈରାନାରେ ୧୦%, ମୁଜାଫରନଗରରେ ୧୦%, ମିରଟ୍‌ରେ ୧୦%, ବିଞ୍ଜୋର୍‌ରେ ୧୧%, ଗାଜିଆବାଦରେ ୧୨% ଏବଂ ଗୌତମବୁଦ୍ଧ ନଗରରେ ୧୨% ଭୋଟ୍‌ର ଭୋଟ୍‌ ଦେବାକୁ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe