ଜଶଓ୍ଵନ୍ତ ସିହ୍ନାଙ୍କ ସହ ଏକମତ ନୁହଁନ୍ତି ପୁତ୍ର  ତଥା ବେସାମରିକ  ବିମାନ ଚଳାଚଳ ମନ୍ତ୍ରୀ  ଜୟନ୍ତ ସିହ୍ନା!

ଜଶଓ୍ଵନ୍ତ ସିହ୍ନାଙ୍କ ସହ ଏକମତ ନୁହଁନ୍ତି ପୁତ୍ର  ତଥା ବେସାମରିକ  ବିମାନ ଚଳାଚଳ ମନ୍ତ୍ରୀ  ଜୟନ୍ତ ସିହ୍ନା!

ଅଟଳ  ବିହାରୀ ବାଜପେୟୀଙ୍କ ସରକାରରେ  କେନ୍ଦ୍ର  ଅର୍ଥ ମନ୍ତ୍ରୀ ଥିବା  ଯଶଓ୍ଵାନ୍ତ ସିହ୍ନାଙ୍କ କେନ୍ଦ୍ର ସରକାରଙ୍କ  ଆର୍ଥିକ  ନୀତିକୁ ନେଇ ଲିଖିତ  ପ୍ରସଙ୍ଗ ଉପରେ ଟିପ୍ପଣୀ କରି ତାଙ୍କର ସୁପୁତ୍ର ତଥା   ବେସାମରିକ  ବିମାନ ଚଳାଚଳ ମନ୍ତ୍ରୀ  ଜୟନ୍ତ ସିହ୍ନା । ସେ ଏକ  ଲେଖା ଟାଇମ୍‌ସ ଅଫ୍‌ ଇଣ୍ଡିଆ ଇଂରାଜୀ ଦୈନିକରେ ଲେଖିଛନ୍ତି । ଏଥିରେ  ସେ ଉଲ୍ଲେଖ କରିଛନ୍ତି ଯେ  ଆମେ  ଏକ ନୂତନ  ଶକ୍ତିଶାଳୀ  ଅର୍ଥ ବ୍ୟବସ୍ଥା ପ୍ରସ୍ତୁତ କରୁଛୁ, ଯାହା ଦୀର୍ଘ  କାଳୀନ  ଭିତ୍ତିରେ ଭାରତକୁ  ଲାଭାନ୍ଵିତ  କରିବ ।

ଜୟନ୍ତ ସିହ୍ନା ଲେଖିଛନ୍ତିଯେ ଜି.ଏସ୍‌.ଟି, ନୋଟବନ୍ଦୀ ଓ ଡିଜିଟାଲ୍‌  ପେମେଣ୍ଟକୁ  ପ୍ରୋତ୍ସାହନ ଜରିଆରେ  ଏକ ପରିବର୍ତ୍ତନ ଅଣାଯାଇଛି,ଯାହାର ସୁପ୍ରଭାବ ଦୀର୍ଘକାଳୀନ ଭିତ୍ତିରେ  ଦେଖିବାକୁ ମିଳିବ । ଏହି  ସରକାରଙ୍କ  କାର୍ଯ୍ୟକାଳରେ  ଏଫ୍‌ ଡି ଆଇରେ  ଯଥେଷ୍ଟ ବୃଦ୍ଧି ଘଟିଛି ।  ସେ  ଆହୁରି ମଧ୍ୟ  ଉଲ୍ଲେଖ କରିଛନ୍ତି ଯେ କେବଳ ଗୋଟିଏ ବା ଦୁଇଟି ତ୍ରୈମାସିକର ତଥ୍ୟକୁ ନେଇ  ଅର୍ଥ ବ୍ୟବସ୍ଥାର ଆକଳନ  କରିବା ଠିକ୍‌ ନୁହେଁ ।

ଜନଧନ-ଆଧାର-ମୋବାଇଲ୍‌  (ଜେଏଏମ୍‌) ଡିବଟିି ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ  କରିଛି ।  ଏହା ଦ୍ୱାରା  ଗତ ତିନି ବର୍ଷ  ଭିତରେ ହିତାଧିକାରୀ ମାନଙ୍କୁ  ସିଧାସଳଖ  ୧.୭୫ଲକ୍ଷ  କୋଟି ଟଙ୍କାର ଫାଇଦା  ମିଳିଛି । ସେ ଆହୁରି ମଧ୍ୟ ଉଲ୍ଲେଖ   କରିଛନ୍ତି ଯେ ୨୦୧୮ ସୁଦ୍ଧା ଭାରତର ଶତ ପ୍ରତିଶତ   ଗ୍ରାମରେ  ବିଦ୍ୟୁତ ପହଞ୍ଚିବ । ସଂପ୍ରତି ଗ୍ରାମାଞ୍ଚଳରେ  ଦୈନିକ  ୧୩୩ କିଲୋମିଟର ହାରରେ ରସ୍ତା ନିର୍ମାଣ ଚାଲିଛି, ଯାହା ଏକ ରେକର୍ଡ । ୨୦୧୪ରେ ଏହି ହାର ଥିଲା ଦୈନିକ ୬୯ କିଲୋମିଟର ।

ଷ୍ଟାର୍ଟ ଅପ୍‌ ଇଣ୍ଡିଆର ସଫଳତା  ମଧ୍ୟ  ଆଇଆଇଟି  କ୍ୟାମ୍ପସ ମାନଙ୍କରେ ପରିଲକ୍ଷିତ  ହେଲାଣି ବୋଲି  ଜୟନ୍ତ  ସିହ୍ନା  ଏଥିରେ  ଉଲ୍ଲେଖ  କରିଛନ୍ତି ।ସେ  ପିତା ଜଶଓ୍ଵନ୍ତ ସିହ୍ନାଙ୍କ ସହ ଏକମତ ନୁହଁନ୍ତି ବୋଲି ଏହି ଲେଖାରୁ ସ୍ପଷ୍ଟ   ଜଣାପଡୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe