Advertisment

ଏନ୍‌ଡିଏ ଛାଡ଼ି ଲାଲୁଙ୍କ ମହାଗଠବନ୍ଧନରେ ସାମିଲ ହେଲେ ଜୀତନ ମାଝୀ

Advertisment

ତେଜସ୍ୱୀ କହିଲେ, ପରିବାରର ପୁରୁଣା ବନ୍ଧୁ

ତେଜସ୍ୱୀ କହିଲେ, ପରିବାରର ପୁରୁଣା ବନ୍ଧୁ

ଏନ୍‌ଡିଏ ଛାଡ଼ି ଲାଲୁଙ୍କ ମହାଗଠବନ୍ଧନରେ ସାମିଲ ହେଲେ ଜୀତନ ମାଝୀ

ପାଟନା: ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଗଠବନ୍ଧନ(ଏନ୍‌ଡିଏ)ରେ ଫାଟ ସୃଷ୍ଟି ହୋଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଝୀଙ୍କ ହମ(ହିନ୍ଦୁସ୍ତାନୀ ବାମ ମୋର୍ଚ୍ଚା) ଏନ୍‌ଡିଏରୁ ଅଲଗା ହୋଇ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମହାଗଠବନ୍ଧନରେ ସାମିଲ ହୋଇଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ-ତେଜ ପ୍ରତାପ ଯାଦବ ଓ ଆରଜେଡି ନେତା ଭୋଲା ଯାଦବଙ୍କ ଜୀତନ ରାମ ମାଝୀଙ୍କ ଏକ ବନ୍ଦ କୋଠରି ଭିତରେ ବୈଠକ ହୋଇଛି। ମାଝୀଙ୍କ ନିବାସରେ ହୋଇଥିବା ଏହି ବୈଠକରେ ପରେ ଆରଜେଡି ମହାଗଠବନ୍ଧନରେ ସାମିଲ ହୋଇଥିବା ଜୀତନ ସ୍ୱୀକାର କରିଛନ୍ତି।

publive-image

ସାକ୍ଷାତକାର ପରେ ତେଜସ୍ୱୀ କହିଛନ୍ତି, ମାଝୀ ମହାଗଠବନ୍ଧନରେ ସାମିଲ ହୋଇଛନ୍ତି। ଗଠବନ୍ଧନରେ ତାଙ୍କୁ ସ୍ୱାଗତ। ମାଝୀ ମୋର ପିତୃ ସମତୁଲ୍ୟ। ସେ ଗରିବ ଓ ଦଳିତଙ୍କ ପାଇଁ କାମ କରିଛନ୍ତି। ଏନ୍‌ଡିଏରେ ତାଙ୍କ ସହିତ ଉଚିତ ବୃବହାର ହେଉ ନଥିଲା। ଦଳିତଙ୍କ ପାଇଁ ସ୍ୱର ଉଠାଉଥିଲେ ମଧ୍ୟ କୌଣସି ଲାଭ ହେଉ ନଥିଲା। ଲାଲୁ ଓ ମୋ’ ମାଙ୍କ ସହିତ ମାଝୀଙ୍କ ପୁରୁଣା ସମ୍ପର୍କ ଅଛି। ଦଳିତ ଓ ଗରିବଙ୍କ ଉପରେ କ୍ରମାଗତ ଭାବରେ ନିର୍ଯ୍ୟାତନ ବଢୁଥିଲା। ମାଝୀଙ୍କ ନୀତିରେ ସରକାର ପରିଚାଳନା ହେଉ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe